Latest Odisha News

BREAKING NEWS

ଅଧିବେଶନ ଆରମ୍ଭରୁ ବିଧାନସଭା କମ୍ପିଲା: ମରୁଡ଼ି ପ୍ରସଙ୍ଗରେ କଂଗ୍ରେସର ହଟ୍ଟଗୋଳ

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭରୁ ବିଧାନସଭାରେ ତାତି । ଗୃହ କାର୍ୟ୍ୟ ବାଧାପ୍ରାପ୍ତ ହୋଇଛି । ଆଜି ଦିନ ୧୧ଟାରେ ଅଧିବେଶନ ଆରମ୍ଭ ହୋଇଥିଲା । ଏହାର କିଛି ସମୟ ପରେ ବିରୋଧୀ ଆରମ୍ଭ କରିଥିଲେ ହୋହଲ୍ଲା । କଂଗ୍ରେସ ସଦସ୍ୟ ମରୁଡ଼ି ପ୍ରସଙ୍ଗରେ ହଟ୍ଟଗୋଳ ଓ ନାରାବାଜି କରିବାକୁ ଦିନ ୧୨ଟା ୩୪ଯାଏ ଗୃହକୁ ମୁତଲବୀ ଘୋଷଣା କରିଥିଲେ ବାଚସ୍ପତି ।

ପ୍ରଶ୍ନକାଳ ବାତିଲ କରି ରାଜ୍ୟର ମରୁଡ଼ି ସ୍ଥିତି ନେଇ ଆଲୋଚନା କରିବାକୁ ଦାବି କରିଥିଲା କଂଗ୍ରେସ । ବିଧାୟକ ଦଳ ନେତା ନରସିଂହ ମିଶ୍ର ଲିଖିତ ଭାବେ ଏନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମୁଲତବୀ ପ୍ରସ୍ତାବରେ ସମାନ ପ୍ରସଙ୍ଗ ଆସିଥିଲା ତେଣୁ ଏହାକୁ ବାଚସ୍ପତି ଆଗ୍ରହ୍ୟ କରିଥିଲେ । ଏନେଇ କଂଗ୍ରେସ ସଦସ୍ୟ ଆରମ୍ଭ କରିଥିଲେ ହଟ୍ଟଗୋଳ ।

Leave A Reply

Your email address will not be published.