Latest Odisha News

BREAKING NEWS

ଆମେରିକା ସହ ଯୁଦ୍ଧବିରତି ନେଇ କୌଣସି ଆଲୋଚନା ହୋଇନାହିଁ: ଇରାନ

ତେହରାନ: ଇରାନ ଉପରେ ଆମେରିକା ଆକ୍ରମଣ ସ୍ଥଗିତ ରଖିଛି । ୫ ଦିନ ପାଇଁ ସମସ୍ତ ପ୍ରକାର ଆକ୍ରମଣ ସ୍ଥଗିତ ଘୋଷଣା କରିଛନ୍ତି ଟ୍ରମ୍ପ । ଏହି ଅବସରରେ ପାୱାର ପ୍ଲାଣ୍ଟ ଓ ଏନର୍ଜି ଭିତ୍ତିଭୂମି ଉପରେ ମଧ୍ୟ ଆକ୍ରମଣ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ୨ ଦିନ ହେଲା ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଚାଲିଥିଲା ବୋଲି ଟ୍ରମ୍ପ କହିଛନ୍ତି । ଇରାନ ସହ ଫଳପ୍ରଦ ଆଲୋଚନା ହୋଇଛି ଆଉ ଖୁବଶୀଘ୍ର ପରବର୍ତ୍ତୀ ଆଲୋଚନା ହେବ ବୋଲି କୁହାଯାଇଛି ।

ହେଲେ ଇରାନ ଆମେରିକାକୁ ଉପହାସ କରିଛି । ଇରାନ ଜାତୀୟ ସୁରକ୍ଷା ଓ ବିଦେଶ ନୀତି ଆୟୋଗ ମୁଖପାତ୍ର ଇବ୍ରାହୀମ ରେଜାଇ ଏକ ଟ୍ୱିଟ୍ କରି ଟ୍ରମ୍ପ ଓ ଆମେରିକାକୁ ହସରେ ଉଡାଇଛନ୍ତି । ସେ ଏକ୍ସରେ ଲେଖିଛନ୍ତି ଯେ ‘ଟ୍ରମ୍ପ ଓ ଆମେରିକା ପୁଣି ଥରେ ପଛକୁ ହଟିଲେ, ମୈଦାନ ଏବେବି ଆଗକୁ ବଢୁଛି । ସୈତାନର ଆଉ ଏକ ହାର’। ଇରାନ ସରକାରୀ ମିଡିଆ ମଧ୍ୟ ତତ୍କାଳ ଟ୍ରମ୍ପଙ୍କ ବୟାନକୁ ପରିହାସ କରି ‘ଟ୍ରମ୍ପ ପୁଣି ଥରେ ପଛକୁ ହଟିଛନ୍ତି’ ବୋଲି ଉଲ୍ଲେଖ କରିଛି । ଆଇଆରଆଇବି ଏକ୍ସ ରେ ଟ୍ୱିଟ୍ କରି ଲେଖିଛି ଯେ ‘ଇରାନର ପ୍ରତିକ୍ରିୟା ଡରରେ ଟ୍ରମ୍ପ ତାଙ୍କ ୪୮ ଘଣ୍ଟାର ଅଲ୍ଟିମେଟମକୁ ପ୍ରତ୍ୟାହାର କରିନେଇଛନ୍ତି ‘।

ଟ୍ରମ୍ପ ଟ୍ରୁଥ ସୋସାଲରେ ଉଲ୍ଲେଖ କରିଛନ୍ତି ଯେ, ‘ମୁଁ ଏହା ଜଣାଇବାକୁ ଖୁସି ଅନୁଭବ କରୁଛି ଯେ ଯୁକ୍ତରାଷ୍ଟ୍ର ଆମେରିକା ଓ ଇରାନ ଗତ ଦୁଇଦିନ ହେଲା ମଧ୍ୟପ୍ରାଚ୍ୟରେ ଆମ ଶତ୍ରୁତାର ପୂର୍ଣ୍ଣ ଓ ସମଗ୍ର ସମାଧାନ ନିମନ୍ତେ ବହୁତ ଭଲ ଓ ସାର୍ଥକ ଆଲୋଚନା ହୋଇଛି । ଇରାନର ପାୱାର ପ୍ଲାଣ୍ଟ ଓ ଭିତ୍ତିଭୂମି ଉପରେ ସବୁ ପ୍ରକାର ସାମରିକ ଆକ୍ରମଣକୁ ୫ ଦିନ ପର୍ଯ୍ୟନ୍ତ ରୋକି ଦିଆଯାଉ ।

ଆମେରିକାର ଧମକ ପରେ ଇରାନ ଗଲ୍ଫ ଦେଶଙ୍କ ପାୱାର ପ୍ଲାଣ୍ଟ ଉପରେ ବୋମାବର୍ଷା ଧମକ ଦେଇଥିଲା । ଏବେ ଟ୍ରମ୍ପ ନୂଆ ଘୋଷଣା କରିଥିବା ବେଳେ ଇରାନ ମଧ୍ୟ ଏପରି କିଛି କରି ନପାରେ । ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା ୧,୫୦୦ ପାର କରିଥିବା ସ୍ୱାସ୍ଥ୍ୟମନ୍ତ୍ରାଳୟ ସୂଚୀତ କରିଥିବା ବେଳେ ଏହାର ଜବାବରେ ଇରାନ କରିଥିବା କାର୍ଯ୍ୟାନୁଷ୍ଠାନରେ ଇସ୍ରାଏଲରେ ୧୫ ଜଣ ପ୍ରାଣ ହରାଇଥିବା, ୱେଷ୍ଟବ୍ୟାଙ୍କ ଓ ଗଲ୍ଫ ଦେଶମାନଙ୍କ ରେ ୧୩ ଆମେରିକୀୟ ସୈନିକଙ୍କ ସମେତ ୧୨ରୁ ଅଧିକ ସିଭିଲିଆନ ପ୍ରାଣହରାଇଥିବା କହିଛି ।

Leave A Reply

Your email address will not be published.