Latest Odisha News

ଟଳିଯିବ ବାତ୍ୟା ଆଶଙ୍କା, ଅବପାତ ହୋଇ ମିଆଁମାର ଯିବ !

ଭୁବନେଶ୍ୱର: ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ବାତ୍ୟା ରୂପ ନେବ ବୋଲି ଏକାଧିକ ପାଣିପାଗ ପୂର୍ବାନୁମାନ କରିଥିଲେ। କିନ୍ତୁ ବାତ୍ୟା ଆଶଙ୍କା ଟଳିଯିବ ବୋଲି ସାନି ପୂର୍ବାନୁମାନ କଲେଣି। ବାତ୍ୟା ହେବନି ବରଂ ଅବପାତ ହୋଇ ମିଆଁମାର ଆଡ଼କୁ ଯିବ। ଜିଏଫଏସ୍ ମଡେଲ ଏଭଳି ଚିତ୍ର ଆଙ୍କିଛି। ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ଓ ବର୍ଷା ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ କହିଛି। ତେଣୁ ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଶେଷଜ୍ଞ।

ଭାରତୀୟ ପାଣିପାଗ ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ୨୨ ତାରିଖରେ ଲଘୁଚାପ ସୃଷ୍ଟି ହେବା ଆଶଙ୍କା ରହିଛି। ପ୍ରାଥମିକ ସ୍ତରରେ ଏହା ଉତ୍ତର-ପୂର୍ବ ଦିଗରେ ଗତି କରିବା ସମ୍ଭାବନା ରହିଛି। ଅଧିକ ଘନୀଭୂତ ହୋଇ ୨୪ ତାରିଖରେ ନେଇପାରେ ଅବପାତ ରୂପ। ଏବେ ପାଇଁ ଏତିକି ସୂଚନା ଦେଇଛି ବିଭାଗ। ତେବେ ଏହି ଲଘୁଚାପ ଘନୀଭୂତ ହୋଇ ଅବପାତ ଓ ପରେ ତୀବ୍ର ଅବପାତ ରୂପ ନେବ ବୋଲି ପାଣିପାଗ ବିଶେଷଜ୍ଞ ଡ. ଶରତ ସାହୁ କହିଛନ୍ତି। କିନ୍ତୁ ଏହା କେଉଁ ଦିଗରେ ଅଗ୍ରସର ହେବ ସେ ନେଇ ଏବେଠାରୁ ସ୍ପଷ୍ଟ ଆକଳନ ହୋଇନାହିଁ। ଦୁଇଦିନ ପରେ ଚିତ୍ର ସ୍ପଷ୍ଟ ହେବ ବୋଲି କହିଛି ବଭାଗ।

ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ, ଉପକୂଳ ଓଡ଼ିଶାରେ ବର୍ଷା ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି । ଏସବୁ ଭିତରେ ଆଣ୍ଡାମାନ ଛୁଇଁଛି ମୌସୁମୀ । ରଜ ବେଳକୁ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ । ପାଣିପାଗ ବିଭାଗର ଆକଳନ ଅନୁସାରେ ଏଥର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗୁଆ ଆଣ୍ଡାମାନ ଉପକୂଳ ଛୁଇଁଛି । ଜୁନ ୧ ତାରିଖରେ କେରଳ ଉପକୂଳ ଦେଇ ଗତି କରିପାରେ ମୌସୁମୀ । ଆଉ ଜୁନ ୧୫ ବେଳକୁ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ ।

 

Comments are closed.