Latest Odisha News

ବଦଳିବନି ଏସସି ଓ ଏସଟି ଛାତ୍ରଛାତ୍ରୀଙ୍କ ପୋଷ୍ଟ ମାଟ୍ରିକ ସ୍କଲାରସିପ୍

ଭୁବନେଶ୍ୱର: ଏସସି ଓ ଏସଟି ଛାତ୍ରଛାତ୍ରୀଙ୍କ ପୋଷ୍ଟ ମାଟ୍ରିକ ସ୍କଲାରସିପ୍ ପରିବର୍ତନ ହେବ ନାହିଁ ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସୂଚନା ଅନୁଯାୟୀ ସେମାନେ ବର୍ତମାନ ସମୟରେ ପ୍ରଚଳିତ ହାରରେ ସ୍କଲାରସିପ୍ ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆହୁରି ମଧ୍ୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ଏସସି/ଏସଟି) ବିକାଶ ବିଭାଗ ଦ୍ଵାରା ଏ ସମ୍ପର୍କରେ ପ୍ରକାଶିତ ରିଜଲ୍ୟୁସନକୁ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି।

ଏଥିସହିତ ଏସମ୍ପର୍କୀତ ଫାଇଲଟିକୁ ବିଶଦ ଅନୁଧ୍ୟାନ ପାଇଁ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବା ପାଇଁ ସେ ଆଦେଶ ମଧ୍ୟ ଦେଇଛନ୍ତି।

Leave A Reply

Your email address will not be published.