Latest Odisha News

BREAKING NEWS

ୱେବ୍ ସିରିଜ୍ ଦୁନିଆରେ ପାଦ ଦେଲେ କମେଡିଆନ୍ ସୁନୀଲ ଗ୍ରୋଭର !

ମୁମ୍ବାଇ: କପିଲଙ୍କ ସହ ତିକ୍ତତା ପରେ ଏକାଧିକ ପ୍ରୋଜେକ୍ଟରେ ସାମିଲ ହୋଇ ସୁଦ୍ଧା ସଫଳ ହୋଇନଥିଲେ ସୁନୀଲ ଗ୍ରୋଭର । ତେବେ ଫିଲ୍ମ ଜଗତରେ କିଛିଟା ସଫଳତା ହାସଲ କରିଥିବା ସୁନୀଲ ଆଗାମୀ ଦିନରେ କିନ୍ତୁ ୱେବ୍ ସିରିଜ୍‌ରେ ନଜର ଆସିବେ ।

ୱେବ୍ ସିରିଜ୍‌ର ଟାଇଟଲ୍ ସନ୍‌ଫ୍ଲାୱାର ଥିବାବେଳେ ବିକାଶ ବେହେଲ ଏହାର କାହାଣୀ ଓ ନିର୍ଦ୍ଦେଶନା ଭାର ସମ୍ଭାଳିବେ । ଓଟିଟି ପ୍ଲାଟଫର୍ମ ଜି୫ରେ ରିଲିଜ୍ ହେବାକୁ ଥିବା ଏହି ୱେବ୍ ସିରିଜ ସିଚୁଏସ୍ନାଲ କ୍ରାଇମ୍ କମେଡି ଥିମ ଉପରେ ନିର୍ମିତ ହେବ ।

ପ୍ରଥମ ଥର ପାଇଁ ୱେବ ସିରିଜରେ ଅଭିନୟ କରୁଥିବା ସୁନୀଲ ଜଣେ ମିଡିଲ୍ କ୍ଲାସ୍ କ୍ୟାରେକ୍ଟରରେ ନଜର ଆସିବେ । ପୂର୍ବରୁ ଗବର ଇଜ୍ ବ୍ୟାକ୍‌, ଭାରତ ଓ ପଟାଖା ଭଳି ଫିଲ୍ମରେ ଅଭିନୟ କରିଥିବା ସୁନୀଲ ନିଜ ନୂଆ ଇନିଂସକୁ ନେଇ ଏକ୍ସାଇଟେଡ୍ ଥିବା ଜଣାପଡିଛି । ୨୦୨୧, ଏପ୍ରିଲରେ ସୁନୀଲଙ୍କ ୱେବ ସିରିଜ ସନ୍‌ଫ୍ଲାୱାର ରିଲିଜ୍ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.