ଯାଜପୁର: ଯାଜପୁର ବ୍ଲକ ପଣସା ପଞ୍ଚାୟତର ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କଲେ ୱାଡ ମେମ୍ବର । ଉକ୍ତ ପଞ୍ଚାୟତର କୌଣସି ଉନ୍ନୟମୂଳକ କାର୍ଯ୍ୟ ହେଉ ନ ଥିବାରୁ ନିର୍ବାଚିତ ୱାଡ ମେମ୍ବର ମାନେ ଦୁଃଖ ପ୍ରକାଶ କରି ସରପଞ୍ଚ କୁଳମଣୀ ପରିଡାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି । ୨୦ଜଣ ୱାର୍ଡ ମେମ୍ବରଙ୍କ ମଧ୍ୟରୁ ୧୭ଜଣ ଉପଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ଆଣିଛନ୍ତି ।
ସୂଚନା ଅନୁସାରେ, ପଣସା ଗ୍ରାମ ପଞ୍ଚାୟତରେ ରାଜ୍ୟ ସରକାରଙ୍କର ୫ମ ଅର୍ଥ କମିଶନ ଅନୁଦାନ କେନ୍ଦ୍ର ସରକାରଙ୍କର ୧୫ଦଶ ଅର୍ଥ କମିଶନଙ୍କ ଅନୁଦାନ ଓ ମହାତ୍ମା ଗାନ୍ଧୀଙ୍କ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ ମଜୁର ହୋଇଥିବା ଅର୍ଥକୁ କାର୍ଯ୍ୟ ଜାରି କରାଯାଉନାହିଁ ।
ବୈଠକରେ ବାରମ୍ଵାର ନିର୍ବାଚିତ ସଭ୍ୟା ସଭ୍ୟ ମାନେ ଏହି ବିଷୟର ଆଲୋଚନା କଲେ ମଧ୍ୟ ସରପଞ୍ଚ ଏହା ଉପରେ କୌଣସି ଗୁରୁତ୍ତ୍ୱ ଦେଉନଥିବା ଅଭିଯୋଗ କରିଛନ୍ତି । ଏଣୁ ପଞ୍ଚାୟତର ହିତକୁ ଦୃଷ୍ଟିରେ ରଖି ପଞ୍ଚାୟତ ୧୭ ଜଣ ସଭ୍ୟ ସଭ୍ୟା ଉପସ୍ଥିତ ରହି ସରପଞ୍ଚ କୁଳମଣୀ ପରିଡାଙ୍କ ବିରୁଦ୍ଧରେ ଉପଜିଲ୍ଲାପାଳ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି ।
Comments are closed.