Latest Odisha News

BREAKING NEWS

କରୋନା ମୁକ୍ତ ହେଲା ପୋଲସରା

ଗଞ୍ଜାମ: ଭାଙ୍ଗିଲା କରୋନା ସଂକ୍ରମଣର ଚେନ୍ । କରୋନା ମୁକ୍ତ ହେଲା ଗଂଜାମ ଜିଲ୍ଲା ଛତ୍ରପୁର ସବଡିଭିଜନର ପୋଲସରା ବ୍ଲକ । ଜିଲ୍ଲାର ପ୍ରଥମ ବ୍ଲକ ଭାବେ ଏହା କରୋନା ମୁକ୍ତ ହୋଇଛି । ଏନେଇ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ପୋଲସରା ବ୍ଳକ୍‌ରେ ଆଉ ନୂତନ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉନଥିବା ବେଳେ ଗତ ତିନିଦିନ ହେଲା ଜଣେ ବି କରୋନାର ସକ୍ରିୟ ରୋଗୀ ନାହାନ୍ତି । ପୋଲସରା ବ୍ଲକକୁ ୧୮ ହଜାର ୫୪୬ଜଣ ପ୍ରବାସୀ ଫେରିଥିଲେ । ସେମାନଙ୍କ ମଧ୍ୟରୁ  ୧୮,୧୦୮ ଜଣଙ୍କ କରୋନା ଟେଷ୍ଟ ହୋଇଥିବା ବେଳେ ଏଯାବତ ୫୮୦ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।  ସେହିପରି  ୫୭୩ ଜଣ ସୁସ୍ଥ ହୋଇଥିବା ବେଳେ ୭ଜଣଙ୍କ ମୃତ୍ୟୁ ହୋଇଛି।

ପୋଲସର ବ୍ଲକର ଜନସାଧାରଣ ସଚେତନ ହେବା ସହ ସତର୍କ ରହିବା । ପ୍ରଶାସନିକ ତତ୍ପରତା ଓ ପ୍ରଚେଷ୍ଟା, ପଞ୍ଚାୟତିରାଜ ପ୍ରତିନିଧି, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଆପ୍ରାଣ ପ୍ରଚେଷ୍ଟା ଯୋଗୁଁ ଏହି ସଫଳତା ମିଳିଛି । ସେହିପରି ଛତ୍ରପୁର ସ୍ଥିତ ଡ଼ିଆରଡ଼ିଏ କାର୍ଯ୍ୟାଳୟ ଓ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟ କରୋନା ମୁକ୍ତ ଭାବେ ଜିଲ୍ଲାପାଳଙ୍କ ଠାରୁ ପ୍ରମାଣପତ୍ର ମିଳିସାରିଛି ।

Leave A Reply

Your email address will not be published.