Latest Odisha News

BREAKING NEWS

ବିଦେଶୀ ଅଭିନେତ୍ରୀଙ୍କ ଦେଶୀ ଛୁଙ୍କ; ବିଦେଶରୁ ଆସି ବଲିଉଡ୍‌ରେ ନାଁ କରିଥିବା ଅଭିନେତ୍ରୀ ସମ୍ପର୍କରେ..

ମୁମ୍ବାଇ: ଅନେକ ବିଦେଶୀ ଅଭିନେତ୍ରୀ ଧୀରେ ଧୀରେ ବଲିଉଡ୍ ଜଗତରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ବିଦେଶୀ ଅଭିନେତ୍ରୀ ଯେଉଁମାନେ ବହୁ ଖ୍ୟାତି ଅର୍ଜନ କରିଛନ୍ତି ଏବଂ ଯାହାର ଗଣନା ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରେ ରହିଛି।

କାଟ୍ରିନା କୈଫ୍‌

ଏହି ତାଲିକାରେ ପ୍ରଥମ ନାଁ ରହିଛି ଅଭିନେତ୍ରୀ କାଟ୍ରିନା କୈଫ୍‌ଙ୍କର। କାଟ୍ରିନାଙ୍କ ପ୍ରକୃତ ନାଁ ହେଉଛି କାଟ୍ରିନା ଟର୍କୋଟେ। ସେ ଜୁଲାଇ ୧୯୮୩ରେ ହଂକଂରେ ଜନ୍ମଗ୍ରହଣ କରିଥିଲେ। ସେ ବ୍ରିଟେନର ନାଗରିକତା ଗ୍ରହଣ କରିଛନ୍ତି। ସେ ‘ବୁମ୍‌’ ଚଳଚ୍ଚିତ୍ର ମାଧ୍ୟମରେ ୨୦୦୩ରେ ତାଙ୍କ ବଲିଉଡ୍ ଯାତ୍ରା ଆରମ୍ଭ କରିଥିଲେ। ବର୍ତ୍ତମାନ ସମୟରେ ବଲିଉଡ୍‌ର ପ୍ରମୁଖ ଅଭିନେତ୍ରୀମାନଙ୍କ ମଧ୍ୟରେ କାଟ୍ରିନାଙ୍କୁ ଗଣନା କରାଯାଉଛି।

ନୋରା ଫତେହୀ

ନୋରାଙ୍କ ଜନ୍ମ ୬ ଫେବ୍ରୁଆରୀ ୧୯୯୨ରେ କାନାଡାରେ ହୋଇଥିଲା। ସେ ‘ରୋର୍‌- ଟାଇଗର୍‌ ଅଫ୍‌ ସୁନ୍ଦରବନ’ ଚଳଚ୍ଚିତ୍ରରୁ ବଲିଉଡ୍‌ରେ ପାଦ ଦେଇଥିଲେ। ହିନ୍ଦୀ ବ୍ୟତୀତ ନୋରା ତେଲୁଗୁ ଏବଂ ମାଲାୟାଲମ୍‌ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। ନୋରା ତାଙ୍କ ନିଆରା ନୃତ୍ୟ ଶୈଳୀ ଯୋଗୁ ‌ବେଶ୍ ପରିଚିତ।

ନର୍ଗିସ୍‌ ଫଖ୍‌ରୀ

ନର୍ଗିସ୍‌ ୨୦ ଅକ୍ଟୋବର ୧୯୭୯ରେ ଆମେରିକାର ନ୍ୟୁୟର୍କଠାରେ ଜନ୍ମଗ୍ରହଣ କରିଥିଲେ। ସେ ୨୦୧୧ରେ ଚଳଚ୍ଚିତ୍ର ‘ରକ୍‌ଷ୍ଟାର୍‌’ ସହିତ ବଲିଉଡ୍‌ରେ ପାଦ ରଖିଥିଲେ। ଫିଲ୍ମଟି ହିଟ୍‌ ମଧ୍ୟ ହୋଇଥିଲା। କିନ୍ତୁ ଫିଲ୍ମରୁ ନର୍ଗିସ୍‌ ବଡ଼ ସ୍ବୀକୃତି  ପାଇପାରିନଥିଲେ।

ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିସ୍‌

ଜ୍ୟାକ୍‌ଲିନ୍‌ ଜଣେ ଶ୍ରୀଲଙ୍କୀୟ ମଡେଲ୍ ଏବଂ ଅଭିନେତ୍ରୀ। ସେ ୧୧ ଅଗଷ୍ଟ ୧୯୮୫ରେ ବାହରିନ୍‌ର ମନାମାଠାରେ ଜନ୍ମ ହୋଇଥିଲେ। କ୍ୟାକ୍‌ଲିନ୍‌ ୨୦୦୬ରେ ମିସ୍‌ ଶ୍ରୀଲଙ୍କା ୟୁନିଭର୍ସ ଟାଇଟଲ୍‌ ଜିତିଛନ୍ତି। ସେ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର୍‌ ୨୦୦୯ରେ ଫିଲ୍ମ ‘ଆଲାଦ୍ଦିନ୍‌’ରୁ ଆରମ୍ଭ କରିଥିଲେ।

ସନି ଲିଓନ୍‌

କାନାଡାରେ ଜନ୍ମ ସନି ଲିଓନ୍‌ଙ୍କର ଆଜି ବଲିଉଡ୍‌ରେ ଏକ ସ୍ବତନ୍ତ୍ର ପରିଚୟ ରହିଛି। ତାଙ୍କ ଜନ୍ମ ୧୩ ମେ ୧୯୮୧ରେ ହୋଇଥିଲା। ସେ ଜଣେ ଭାରତୀୟ-ଆମେରିକୀୟ ଅଭିନେତ୍ରୀ ଏବଂ ମଡେଲ୍‌। ତାଙ୍କ ପ୍ରକୃତ ନାମ କରନଜିଂତ କୌର୍‌ ଭୋହରା। ବଲିଉଡ୍‌ରେ ତାଙ୍କ ପ୍ରବେଶ ୨୦୧୨ରେ ଚଳଚ୍ଚିତ୍ର ‘ଜିସ୍ମ ୨’ରୁ ହୋଇଥିଲା।

Leave A Reply

Your email address will not be published.