ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ମିଳିଲା ବଲିଉଡର ଫେମସ ସିଙ୍ଗର ଅନୁରାଧା ପଡୱାଲଙ୍କୁ ଆଶ୍ୱସ୍ତି । ତାଙ୍କୁ ନେଇ ଥିରୁଅନନ୍ତପୁରମ ଫ୍ୟାମିଲି କୋର୍ଟରେ ଚାଲିଥିବା ମାମଲା ଉପରେ କୋର୍ଟ ରହିତାଦେଶ ଜାରି କରିଛନ୍ତି । ଏଥିସହ କୋର୍ଟରେ ମାମଲା ରୁଜୁ କରିଥିବା ମହିଳା କରମାଲା ମୋଡେକ୍ସଙ୍କୁ ମଧ୍ୟ ନୋଟିସ ଜାରି କରିଛନ୍ତି ସର୍ବୋଚ୍ଚ ଅଦାଲତ ।
ଅନୁରାଧାଙ୍କ ପକ୍ଷରୁ ତାଙ୍କ ଓକିଲ ଥିରୁଅନନ୍ତପୁରମ ଫ୍ୟାମିଲି କୋର୍ଟରେ ଚାଲିଥିବା ମାମଲାକୁ ମୁମ୍ବାଇ କୋର୍ଟକୁ ଟ୍ରାନ୍ସଫର କରିବା ପାଇଁ ଏକ ଆବେଦନ ମଧ୍ୟ ଦାଖଲ କରିଛନ୍ତି । ସୂଚନା ମୁତାବକ କିଛି ଦିନ ତଳେ କେରଳ ଥିରୁଅନନ୍ତପୁରମ ସହରରେ ରହୁଥିବା କରମାଲା ମୋଡେକ୍ସ ନାମକ ଜଣେ ମହିଳା ଅନୁରାଧା ପଡୱାଲଙ୍କ ଝିଅ ବୋଲି ଦାବି କରିଥିଲେ ।
ସେ ଜନ୍ମ ହେବାର ମାତ୍ର ୪ ଦିନ ପରେ ଅନୁରାଧା ତାଙ୍କୁ ତାଙ୍କର ବର୍ତମାନର ପିତାମାତାଙ୍କ ଫାଖରେ ଛାଡି ଚାଲିଯାଇଥିବା କରମାଲା ଅଭିଯୋଗ କରିଛନ୍ତି । ଏନେଇ ସେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । କରମାଲା ଏଥିଳାଗି ନଗଦ ୫୦ କୋଟି ଟଙ୍କା ଓ ଅନୁରାଧାଙ୍କ ସମ୍ପତିର ଏକ ଚତୁର୍ଥାଂଶ ଦେବାକୁ କୋର୍ଟରେ ଦାବି କରିଛନ୍ତି । ସେପଟେ ଏଭଳି ଅଭିଯୋଗକୁ ଅନୁରାଧା ଖଣ୍ଡନ କରିବା ସହ କରମାଲା ତାଙ୍କ ଝିଅ ନୁହେଁ ବୋଲି ଅସ୍ୱିକାର କରିଛନ୍ତି ।
BREAKING NEWS
- ହିଣ୍ଡାଲ୍କୋର ମୀନାକ୍ଷୀ କୋଇଲା ଖଣି ପାଇଁ ଜନଶୁଣାଣି; ମିଳିଲା ପ୍ରବଳ ଜନ ସମର୍ଥନ
- ବୁଡ଼ିଲା ପୋଲ..ମାଲକାନଗିରି -କାଲିମେଳା ଯୋଗାଯୋଗ ବିଚ୍ଛିନ୍ନ;ଏପଟେ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
- ଆସୁଛି ପାର୍ବଣ ଋତୁ… ବିଦ୍ୟୁତ ସୁରକ୍ଷା ନେଇ ସତର୍କତାମୂଳକ ନିର୍ଦ୍ଦେଶାବଳୀ ଜାରି କଲା ଟିପିଏସ୍ଓଡିଏଲ୍
- ଗୋଡ଼ ବାରମ୍ବାର ଝିମ୍ଝିମ୍ ହେଉଛି କି? ପିମ୍ପୁଡ଼ି ଚାଲିଲା ଭଳି ଲାଗୁଥିଲେ ଜାଣନ୍ତୁ ପ୍ରକୃତ କାରଣ ଓ ଘରୋଇ ଉପଚାର
- ଅଣ୍ଡା ଚୋପା ଛଡ଼ାଇବାରେ ହେଉଛି କି ଅସୁବିଧା? ପାଣିରେ ମିଶାନ୍ତୁ ଏହି ଗୋଟିଏ ଜିନିଷ, ସହଜରେ ବାହାରି ଆସିବ ଚୋପା
- ରିଲ୍ସ କରି ବନ୍ଧା ହେଲେ ୮ ଜଣ; ହାତରେ ଛୁରି ଧରି ଭିଡ଼ିଓ…
- ବିଶ୍ୱ ବାଣିଜ୍ୟ ପାଇଁ ସମୁଦ୍ର ପଥର ସୁରକ୍ଷା ଜରୁରୀ: ବ୍ରିକ୍ସ ମଞ୍ଚରୁ ଆମେରିକା ଓ ଇରାନକୁ ମୋଦିଙ୍କ ପରୋକ୍ଷ ବାର୍ତ୍ତା
- ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ମାଗିଲେ ତେଲକୋଇ ବିଧାୟକ ଫକୀର ମୋହନ ନାଏକ
- ରାଜସ୍ୱ ପର୍ଷଦର ନୂଆ ୱେବସାଇଟ୍ ଲୋକାର୍ପିତ: ମାମଲା ଫଇସଲା ହେବ ତ୍ୱରିତ ଓ ସ୍ୱଚ୍ଛ
- ବନ୍ଦେ ମାତରମ୍ ବିବାଦ:କଂଗ୍ରେସ ଉପରେ ବର୍ଷିଲେ ଓମାର ଅବଦୁଲ୍ଲା

Comments are closed.