Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ମନ୍ଦିରରେ ୪ଘଣ୍ଟା ଯାଏଁ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ: ଆଜି ହେଉଛି ଚିତାଲାଗି ଅମାବାସ୍ୟା ବା ଚିତଉ ଅମାବାସ୍ୟା । ଶ୍ରୀଜଗନ୍ନାଥ ମନ୍ଦିରରେ ଗୁରୁବାର ଦିନ ହେବାକୁ ଥିବା ମହାପ୍ରଭୁଙ୍କ ଚିତାଲାଗି ନୀତି ପାଇଁ ପାଖାପାଖି ୪ ଘଣ୍ଟା ଧରି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ ।

ମିଳିଥିବା ସୂଚନା ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ‘ଚିତାଲାଗି ଅମାବାସ୍ୟା’ ଅନୁଷ୍ଠିତ ହେବ । ସ୍ନାନ ପୂର୍ଣ୍ଣିମା ଠାରୁ ଶ୍ରୀଜୀଉଙ୍କ ମସ୍ତକରୁ ଚିତାଗୁଡିକ କଢାଯାଇଥିବା ବେଳେ ଏହି ଅବସରରେ ମହାପ୍ରଭୁଙ୍କୁ ରତ୍ନଖଚିତ ସୁବର୍ଣ୍ଣ ଚିତା ଲାଗି କରାଯିବ ।

ଏହି ସମୟ ମଧ୍ୟରେ ଭକ୍ତମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ଅନୁମତି ମିଳିବ ନାହିଁ ଏବଂ ଏହି ସମୟରେ ଦଇତାପତି ସେବକମାନେ ଶ୍ରୀଜୀଉଙ୍କ ଲଲାଟରେ ଚିତାଲାଗି କରିବାର କାର୍ଯ୍ୟକ୍ରମ ରହିଛି ।

ଫଳରେ ଭକ୍ତମାନଙ୍କୁ କିଛି ସମୟ ଲାଗି ମନ୍ଦିର ମଧ୍ୟକୁ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.