Latest Odisha News

BREAKING NEWS

ପର୍ଯ୍ୟଟକଙ୍କ ଲାଗି ଆଜିଠୁ ଖୋଲିଲା ‘ଭିତରକନିକା ଅଭୟାରଣ୍ୟ’

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲାଗଲା ।

କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଥିବା ଯୋଗୁଁ ମେ’ ୧ରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନକୁ ବନ୍ଦ ରଖାଯାଇଥିଲା।

ମିଳିଥିବା ସୂଚନାନୁଯାୟୀ ପର୍ଯ୍ୟଟକମାନେ ଗୁପ୍ତି, ଖୋଳା ଏବଂ ଚାନ୍ଦବାଲି ରାସ୍ତାଦେଇ ଅଭୟାରଣ୍ୟକୁ ବୁଲିବାକୁ ଯାଇପାରିବେ ।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଭିତରକନିକାରେ କୁମ୍ଭୀରଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଏହି ପ୍ରଜନନ ଋତୁରେ ପ୍ରାୟ ୯୨ଟି କୁମ୍ଭୀର ବସା ଠାବ କରାଯାଇଥିଲା । ଆହୁରି ମଧ୍ୟ ସାମୁଦ୍ରିକ ଜୁଆରରୁ ସୁରକ୍ଷା ଲାଗି କିଛି ଅଣ୍ଡାକୁ ଡାଙ୍ଗମାଳ କୁମ୍ଭୀର ପ୍ରଜନନ କେନ୍ଦ୍ରଠାରେ ସଂଗୃହୀତ କରି ରଖାଯାଇଛି ।

Leave A Reply

Your email address will not be published.