Latest Odisha News

ସେପ୍ଟେମ୍ବର ସୁଦ୍ଧା ପରୀକ୍ଷା ସାର: ୟୁଜିସି

ନୂଆଦିଲ୍ଲୀ: ସେପ୍ଟେମ୍ବର ଶେଷ ସୁଦ୍ଧା ଯୁକ୍ତ ୩ ଶେଷ ବର୍ଷ ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା ସାର । ଏନେଇ ସମସ୍ତ କଲେଜ ଅଧ୍ୟକ୍ଷ ଓ ବିଶ୍ୱବିଦ୍ୟାଳୟର କୂଳପତିମାନଙ୍କୁ ପତ୍ର ଲେଖିଛି ୟୁଜିସି ।

ଏପ୍ରିଲ ଗାଇଡ଼ଲାଇନ ଅନୁସାରେ ପୂର୍ବ ନିଷ୍ପତ୍ତି ନିଆଯାଇଥିଲା। ଯାହା ପରିବର୍ଦ୍ଧିତ କମିଟି, କୁଳପତି ଓ କଲେଜ ଅଧ୍ୟକ୍ଷମାନଙ୍କୁ ନେଇ ନିଆଯାଇଛି। ଏବେ ପୁଣି ଟଏଉ ନୂଆ ଗାଇଡ଼ଲାଇନ କଥା ଗତକାଲି କହିଛନ୍ତି। ଏହାକୁ ନେଇ ପୁଣି ରାଜ୍ୟ ସରକାର ବୈଠକ କରିବେ । ବୈଠକରେ ପରୀକ୍ଷା ହେବ ନା ନାହିଁ ସେ ନେଇ ନିଷ୍ପତ୍ତି ହେବ । ଛାତ୍ରଛାତ୍ରୀ ଦ୍ବନ୍ଦ୍ୱରେ ପଡ଼ିବେ। ହେଲେ ସରକାର ଯାହା ନିଷ୍ପତ୍ତି ନେବେ, ତାହା ଛାତ୍ରଛାତ୍ରୀଙ୍କ ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନେବେ ବୋଲି କହିଛନ୍ତି ଓଡ଼ିଶା ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ଅଶୋକ ଦାସ ।

ପୂର୍ବରୁ କରୋନା ପାଇଁ ଯୁକ୍ତ ତିନି ଶେଷ ବର୍ଷ ଓ ପିଜି ଶେଷ ସେମିଷ୍ଟାର ପରୀକ୍ଷା ନ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛନ୍ତି। ପୂର୍ବ ପରୀକ୍ଷା ଗୁଡ଼ିକର ଆଭରେଜ ଆଧାରରେ ଛାତ୍ରଛାତ୍ରୀଙ୍କୁ ପାସ କରିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ରଙ୍ଘକ୍ଟ୍ରରକ୍ସଗ୍ଧ କମିଟି ଗଠନ କରାଯାଇ ପୁନର୍ବିଚାର ପାଇଁ କୁହାଯାଇଥିଲା।

Leave A Reply

Your email address will not be published.