Latest Odisha News

BREAKING NEWS

ଏହି ଦିନ ରିଲିଜ ହେବ ‘ନୋ ଏଣ୍ଟ୍ରି ୨’, ନଜର ଆସିବେ ଏହି ତାରକା

ମୁମ୍ବାଇ: ୨୦୦୫ ମସିହାରେ ରିଲିଜ୍ ହୋଇଥିଲା ରୋମାଣ୍ଟିକ୍ କମେଡି ଫିଲ୍ମ ନୋ ଏଣ୍ଟ୍ରି। ବର୍ତ୍ତମାନ ତାହାକୁ ନେଇ ଚର୍ଚ୍ଚା ରହି ଆସିଛି। ସଲମାନ ଖାନ, ଅନୀଲ କପୁର, ଫରଦିନ୍ ଖାନଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ‘ ନୋ ଏଣ୍ଟ୍ରି ‘ର ସିକ୍ଵେଲ ବିଷୟରେ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ଜାନୁଆରୀରୁ ଏହାର ସୁଟିଂ ଆରମ୍ଭ ହେବ ବୋଲି କୁହାଯାଉଥିଲା । ତେବେ ପ୍ରଥମେ ପୂର୍ବ ଫିଲ୍ମରେ ଥିବା ଅଭିନେତା ଅଭିନେତ୍ରୀଙ୍କୁ ନେଇ ଫିଲ୍ମ କରାଯିବ ଶୁଣାଯାଉଥିଲା କିନ୍ତୁ ଏବେ କୁହାଯାଉଛି ଯେ, ଫିଲ୍ମର ସିକ୍ଵେଲରେ ସେହି ଅଭିନେତା ଅଭିନେତ୍ରୀ ରହିବେନାହିଁ । ନିର୍ଦ୍ଦେଶକ ବୋଟି କପୁର ସୂଚନା ଦେଇ କହିଛନ୍ତି ଯେ, ଅରିଜିନାଲ କାଷ୍ଟଙ୍କ ପାଖରେ ଏବେ ଏହି ଫିଲ୍ମ କରିବାର କୌଣସି କାରଣ ନାହିଁ ।

ଏଥିସହ ଫିଲ୍ମ ରିଲିଜ ଡେଟ ମଧ୍ୟ ଘୋଷଣା କରିଛନ୍ତି ନିର୍ଦ୍ଦେଶକ । ୨୦୨୫ ଦିପାବଳୀ ଅବସରରେ ପ୍ରକ୍ଷାଳୟରେ ମୁକ୍ତିଲାଭ କରିବ ‘ନୋ ଏଣ୍ଟ୍ରି ୨’ । ଏକ ସାକ୍ଷାତକାରରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ବହୁତ ସମୟ ଅପେକ୍ଷା କଲି ଏବଂ ସମସ୍ତଙ୍କର ନିଜସ୍ୱ କାରଣ ଅଛି । ମୁଁ ସେହି କାରଣଗୁଡ଼ିକୁ ସମ୍ମାନ କରେ । ତେଣୁ ଦ୍ୱିତୀୟ ଭାଗରେ ନୂଆ ପ୍ୟାକେଜ୍ ଦେଖିବାକୁ ମିଳିବ । ମୁଁ ନିଶ୍ଚିତ ଯେ, ନୂଆ ଭାଗ ମଧ୍ୟ ଦର୍ଶକଙ୍କ ଭଲ ଲାଗିବ । ଏହାର କାହାଣୀ ଶୁଣି ମଧ୍ୟ ଅନେକ ଲୋକ ଏହା ପୂର୍ବ ଅପେକ୍ଷା ଭଲ ହେବ ବୋଲି କହିଛନ୍ତି ।

ଏଥିସହ ବୋନି କପୁର କହିଛନ୍ତି ଯେ, ଫିଲ୍ମର ସୁଟିଂ ୨୦୨୫ ଜୁନ୍ କିମ୍ବା ଜୁଲାଇରୁ ଆରମ୍ଭ ହେବ । ୨୦୨୫ ଅକ୍ଟୋବର ୨୬ ସୁଦ୍ଧା ଦୀପାବଳି ଅବସରରେ ଫିଲ୍ମ ରିଲିଜ୍ କରିବାକୁ ଲକ୍ଷ୍ୟ ରଖିଛନ୍ତି ନିର୍ମାତା । କହିରଖୁଛୁ ଯେ, ‘ନୋ ଏଣ୍ଟ୍ରି’ର ସିକ୍ଵେଲରେ ବରୁଣ ଧାୱନ, ଦିଲଜତ ଦୋସାଞ୍ଜ ଏବଂ ଅର୍ଜୁନ କପୁରଙ୍କ ପରି ତାରକାମାନେ ନଜର ଆସିବେ। ଅନିସ୍ ବାଜମି ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ। ତେବେ ଫିଲ୍ମର ମହିଳା ଲିଡ୍ କାଷ୍ଟ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ।

Comments are closed.