ଭୁବନେଶ୍ୱର: ଏଣିକି ବିନା ପରିଚୟ ପତ୍ରରେ ଭୁବନେଶ୍ୱରକୁ ପ୍ରବେଶ ମନା ହୋଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଅତି ଜରୁରୀ କାମ ନଥିଲେ ଭୁବନେଶ୍ୱର ଆସିବାକୁ ମନା କରାଯାଇଛି । ଏଥିପାଇଁ ଲକଡାଉନ୍ ସମୟରେ କଟକଣା ଲାଗୁ ହୋଇଛି । ଆହୁରି ମଧ୍ୟ ଯେଉଁମାନେ ଭୁବନେଶ୍ୱର ଆସିବେ ସେମାନେ ପରିଚୟ ପତ୍ର ଦେଖାଇବା ବାଧ୍ୟତାମୂଳକ ଅଟେ ।
କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବଡ ପଦକ୍ଷେପ ନେଇଛନ୍ତି । ଖୋର୍ଧା, ଗଞ୍ଜାମ, ଯାଜପୁର ଓ କଟକ ଆଦି ଚାରୋଟି ଜିଲ୍ଲା ସମେତ ରାଉରକେଲା ମୁନିଲିପାଲିଟି କର୍ପୋରେସନରେ ଲକଡାଉନ୍ ଲାଗୁ କରିଛନ୍ତି । ଶୁକ୍ରବାର ରାତ୍ର ୯ରୁ ଜୁଲାଇ ୩୧ ଯାଏଁ ଲକଡାଉନ୍ ଲାଗୁ ହୋଇଛି। ଏହି ସମୟରେ ଜରୁରୀ କାମ ନଥିଲେ ଭୁବନେଶ୍ୱର ଆସିବାକୁ ମନା କରାଯାଇଛି ।
Comments are closed.