Latest Odisha News

BREAKING NEWS

ଖରିଫ ଧାନ ସଂଗ୍ରହ ପଞ୍ଜୀକରଣରେ ବାଧକ ସାଜିଛି ଆଇ ସ୍କାନର୍

ଭୁବନେଶ୍ୱର: ଖରିଫ ଧାନ ସଂଗ୍ରହ ପଞ୍ଜୀକରଣରେ ବାଧକ ସାଜିଛି ଆଇ ସ୍କାନର୍। ରାଜ୍ୟର ୧୬ ଜିଲ୍ଲାରେ ଆଇ ସ୍କାନର୍ ମେସିନ୍ ନଥିବାରୁ ଚାଷୀ ହଇରାଣ ହେଉଛନ୍ତି। ୧୬ ଜିଲ୍ଲା ପାଇଁ ୯୭୯ ଆଇ ସ୍କାନର୍ ମେସିନର ଆବଶ୍ୟକତା ରହିଛି। ତୁରନ୍ତ ଆଇ ସ୍କାନର୍ ଯୋଗାଇ ଦେବାକୁ ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ।

ସୂଚନା ଥାଉକି ୨୦ ଅଗଷ୍ଟ ଯାଏଁ ପଞ୍ଜୀକରଣ କରିପାରିବେ ଚାଷୀ । ୯ ସେପ୍ଟେମ୍ବର ସୁଦ୍ଧା ସରିବ ଚାଷୀଙ୍କ ତଥ୍ୟ ଯାଞ୍ଚ। ୩୦ ସେପ୍ଟେମ୍ବର ସୁଦ୍ଧା ପ୍ରକାଶ ପାଇବ ଯୋଗ୍ୟ ଚାଷୀଙ୍କ ତାଲିକା। ନଭେମ୍ବର ପ୍ରଥମ ସପ୍ତାହରେ ଧାନ କିଣିବେ ସରକାର। ୩୧ ମାର୍ଚ୍ଚ ୨୦୨୬ରେ ସରିବ ଧାନକିଣା।

ଧାନରେ ୮୦୦ ଟଙ୍କାର ଅଧିକ ଇନ୍‌ପୁଟ୍‌ ସବ୍‌ସିଡି ଦେଉଛନ୍ତି ସରକାର। ଏଥିପାଇଁ ଚାଷୀ ଅଧିକରୁ ଅଧିକ ଧାନ ମଣ୍ଡିରେ ବିକିବାକୁ ଅପେକ୍ଷା କରୁଛନ୍ତି। ରବି ଧାନ ବିକ୍ରି ବେଳେ ମଣ୍ଡିରେ ଅବ୍ୟବସ୍ଥା, ଟୋକନ୍‌ ଥାଇ ଧାନ ବିକ୍ରି କରିପାରିନଥିଲେ ଚାଷୀ। ଏପରିକି କଟନୀ ଛଟନୀକୁ ନେଇ ଅସନ୍ତୁଷ୍ଟ ଥିଲେ ଚାଷୀ। ଏବେ ପଞ୍ଜୀକରଣ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଚାଷୀ। ପ୍ରତିଥର ଧାନ ସଂଗ୍ରହ ପାଇଁ ସରକାର ଆଗୁଆ ପ୍ରସ୍ତୁତ ହେଉଛନ୍ତି । ହେଲେ ମଣ୍ଡିରେ ଅବ୍ୟବସ୍ଥା, ଦଲାଲ୍‌ ରାଜ୍‌ ପାଇଁ ଚାଷୀଙ୍କ ଧାନ ମାସମାସ ଧରି ପଡ଼ିରହୁଛି।

Comments are closed.