ଭୁବନେଶ୍ବର:ପଶ୍ଚିମବଙ୍ଗରେ ନିପା ଭାଇରସରେ ୨ ସ୍ୱାସ୍ଥ୍ୟକର୍ମୀ ଆକ୍ରାନ୍ତ ଘଟଣା । ଏହାପରେ ଓଡ଼ିଶାରେ ଭୟ ବଢିଛି । ଏପଟେ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି ଯେ,ଓଡ଼ିଶାକୁ ନାହିଁ ନିପା ଭୟ ।
ଓଡ଼ିଶାରେ ନିପା ଭାଇରସ୍ ରୋଗୀ ଚିହ୍ନଟ ହୋଇନାହାନ୍ତି । ଓଡ଼ିଶା ସରକାର ଵି କେନ୍ଦ୍ର ସହ ଯୋଗାଯୋଗରେ ଅଛନ୍ତି । ପଶ୍ଚିମ ବଙ୍ଗରେ ମାତ୍ର ଦୁଇଟି ମାମଲା ଆସିଛି ହେଲେ ବ୍ୟାପିବାର ଖବର ଆସିନାହିଁ । ଯେଉଁଥିପାଇଁ ଓଡ଼ିଶାକୁ ବର୍ତ୍ତମାନ ଭୟ କରିବା ଦରକାର ନାହିଁ । ଓଡ଼ିଶାରେ ନିପା ଭାଇରସ ରୋଗୀ ଚି଼ହ୍ନଟ ହୋଇନି।
ଭାରତ ସରକାର ଏ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦେଶନାମା ଜାରି କରି ନାହାନ୍ତି। ୨୦୨୩ ମାର୍ଗଦର୍ଶିକାକୁ ପାଳନ କରାଯାଉଛି। କେନ୍ଦ୍ର ନିର୍ଦ୍ଦେଶ ନ ଦେବା ଯାଏଁ ଓଡ଼ିଶାରେ କୌଣସି ଅସୁବିଧା ନାହିଁ।
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ରଙ୍କ କହିବା କଥା, ଓଡ଼ିଶାରେ ଏପର୍ଯ୍ୟନ୍ତ ନିପା ସଂକ୍ରମିତର କୌଣସି ମାମଲା ଦେଖାଯାଇନି କି କେନ୍ଦ୍ରରୁ କୌଣସି ମାର୍ଗଦର୍ଶିକା ଆସିନି ।
ସୂଚନାଥାଉକି, ୧୯୯୮-୯୯ ମସିହାରେ ମାଲେସିଆ ଓ ସିଙ୍ଗାପୁରରେ ନିପା ବ୍ୟାପିଥିଲା । ୨୦୦୧ରେ ବାଂଲାଦେଶ, ପଶ୍ଚିମବଙ୍ଗର ସିଲିଗୁଡି, ୨୦୦୭ରେ ପଶ୍ଚିମବଙ୍ଗର ନଦିଆ, ୨୦୧୮, ୨୦୨୫ରେ କେରଳ ଓ ୨୦୧୪ରେ ଫିଲିପାଇନ୍ସରେ ନିପା ଚିହ୍ନଟ ହୋଇଥିଲା ।