Latest Odisha News

BREAKING NEWS

ବୌଦ୍ଧରେ ସର୍ବାଧିକ ବର୍ଷା, ମହାନଦୀରେ ନାହିଁ ବନ୍ୟା ଆଶଙ୍କା

ଭୁବନେଶ୍ବର : ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ସାରା ରାଜ୍ୟ । ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ଜଳାର୍ଣ୍ଣବ ସ୍ଥିତି । ବୌଦ୍ଧରେ ସର୍ବାଧିକ ୩୬୧ ମିଲିମିଟର ବର୍ଷା ହୋଇଛି । ଏହାପରେ ରହିଛି ପୁରୀ ଓ ସୁବର୍ଣ୍ଣପୁର । ନବରଙ୍ଗପୁରକୁ ଛାଡ଼ି ରାଜ୍ୟର ବାକି ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଛି । ଅସ୍ତରଙ୍ଗ, କାକଟପୁର, ବୀରମହାରାଜପୁରରେ ୫୦୦ ମିଲିମିଟର ଉପରେ ବର୍ଷା ହୋଇଛି । ୬ଟି ବ୍ଲକରେ ୪୦୦ ମିଲିମିଟର ଉପରେ ବର୍ଷା ହୋଇଛି । ୫୬ଟି ବ୍ଲକରେ ୨୦୦ରୁ ୩୦୦ ମିଲିମିଟର ବର୍ଷା ହୋଇଛି । ୧୦ ଜିଲ୍ଲାରେ ୨୦୦ ମିଲିମିଟର ବର୍ଷା ହୋଇଛି । କମ୍‌ ସମୟରେ ଅଧିକ ବର୍ଷା ହୋଇଥିବାରୁ ନଦୀରେ ବନ୍ୟା ନଆସିଲେ ବି ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଦେଖାଦେଇଛି । ଫଳରେ ଭୁବନେଶ୍ବର, କଟକ, ବଲାଙ୍ଗୀର, ଭଦ୍ରକ ଭଳି କିଛି ସହରାଞ୍ଚଳର ତଳିଆ ଅଞ୍ଚଳରେ ପାଣି ଜମିଥିବା ଏସଆରସି କହିଛନ୍ତି ।

BjdElectrycity

ଦୁଇ ଦିନ ଭିତରେ ସହରାଞ୍ଚଳରୁ ଜଳ ନିଷ୍କାସନ କରାଯିବ। ଅଳ୍ପ କିଛି ଜାଗାରେ ଘର ଭାଙ୍ଗିଛି । ଚାଷ କ୍ଷୟକ୍ଷତି ସଂପର୍କରେ ରିପୋର୍ଟ ଦେବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । କିଛି ସ୍ଥାନରେ ଘାଇ ହୋଇଥିଲା, ତାକୁ ମରାମତି କରଯାଉଛି । ତେବେ ଆଜି ରାତି ସୁଦ୍ଧା ପଶ୍ଚିମ ଓଡିଶାର କିଛି ସ୍ଥାନରେ ବର୍ଷା ହୋଇପାରେ । ଜଳକା ନଦୀ ବିପଦ ସଂକେତ ଉପରେ ରହିଛି । ବୈତରଣୀକୁ ଆଲର୍ଟରେ ରଖାଯାଇଛି । ଛତିଶଗଡ଼ରେ ବର୍ଷା ହେବାର ଆଶଙ୍କା ରହିଛି । ତେଣୁ ହୀରାକୁଦରେ ଜଳସ୍ତର ବଢ଼ିପାରେ । ଏହାକୁ ଦୃଷ୍ଟିରେ ହୀରାକୁଦର ୬ରୁ ୭ଟି ଗେଟ ଖୋଲିପାରେ । କଟକ ମଣ୍ଡୁଳି ଦେଇ ୫ ରୁ ୬ ଲକ୍ଷ କ୍ୟୁସେକ ପାଣି ଛାଡିଲେ ମଧ୍ୟ ବନ୍ୟା ସ୍ଥିତି ଉପୁଜିବ ନାହିଁ । ଯଦି ଅଧିକ ପାଣି ଆସେ, ଅଧିକ ଗେଟ ଖୋଲାଯିବ। ତେବେ ମହାନଦୀରେ ବନ୍ୟା ସ୍ଥିତି ଆସିବା ଆଶଙ୍କା ନାହିଁ । ସମସ୍ତ ବିଭାଗଙ୍କୁ ଦୁଇ ସପ୍ତାହ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା ।

Leave A Reply

Your email address will not be published.