Latest Odisha News

BREAKING NEWS

ଭିିଜିଲାନ୍ସ ଜାଲରେ ADMO

ସୋନପୁର: ଭିିଜିଲାନ୍ସ ଜାଲରେ ଡାକ୍ତର । ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମଓ  ନବକିଶୋର ବେହେରା । ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ନବକିଶୋର ବେହେରା ନିଜ କର୍ମଚାରୀ ବିଦ୍ୟୁତ ପ୍ରକାଶ ଖମାରୀଙ୍କ ଠାରୁ ଟଙ୍କା ନେଉଥିବା ବେଳେ ଧରା ପଡିଲେ । ଚାକିରୀ ଚୁକ୍ତି ବୃଦ୍ଧି କରିବାକୁ ୧୬ ହଜାର ଟଙ୍କା ନେଉଥିବା ବେଳେ ପୂର୍ବରୁ ଛପି ରହିଥିବା ସୋନପୁର ଭିଜିଲାନ୍ସ ଟିମ ଡାକ୍ତରଙ୍କ କାବୁ କରିଥିଲା ।

ଏହା ସହିତ ଡାକ୍ତରଙ୍କ ସୁବର୍ଣ୍ଣପୁର ସ୍ଥିତ ସରକାରୀ ବାସଭବନ, ଡୁଙ୍ଗୁରିପାଲି ବାସଭବନ ଓ ନିଜ ପୈତୃକ ଘର କନ୍ଧମାଳ ଥିବା ଘରେ ମଧ୍ୟ ଚଢଉ କରିଥିଲା  । ଡାକ୍ତରଙ୍କୁ ସୋନପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ରଖି ଅଧିକ ଅନୁସନ୍ଧାନ ଜାରୀ ରଖିଥିବା ସୂଚନା ଦେଇଛନ୍ତି ସୋନପୁର ଭିଜିଲାନ୍ସ ଅଧିକାରୀ ।

Leave A Reply

Your email address will not be published.