Latest Odisha News

BREAKING NEWS

ଟିକା ନେବାକୁ ଏବେ ମନାକଲେ ସ୍ୱାସ୍ଥ୍ୟ କର୍ମୀଙ୍କୁ ଆଉ ମାଗଣାରେ ମିଳିବନି: ରାଜ୍ୟ ସରକାର

ଭୁବନେଶ୍ୱର: କରୋନା ଟିକା ନେବା ପାଇଁ ଓଡିଶା ସରକାର ସମସ୍ତ ସ୍ୱାସ୍ଥ୍ୟ କର୍ମୀଙ୍କୁ ଆଗକୁ ଆସିବାକୁ ଅନୁରୋଧ କରିଛନ୍ତି।

ଯେଉଁମାନେ ଟିକାକରଣ ପାଇଁ ମନା କରି ଦେଉଛନ୍ତି ତାଙ୍କୁ ପରବର୍ତ୍ତୀ ସମୟରେ ମାଗଣାରେ ଆଉ ଟିକା ଦିଆଯିବ ନାହିଁ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।

ଏହାବ୍ୟତୀତ ସେ କହିଛନ୍ତି ଯେ ଗତକାଲି ମଧ୍ୟ ରାଜ୍ୟରେ ଟିକାକରଣ ସଫଳ ହୋଇଥିଲା ବେଳେ ୩୭୫ ସେସନ ହୋଇଥିଲା । ୩୧ ହଜାର ୯୦୨ ଜଣଙ୍କୁ ଟିକା ଦେବା ଲାଗି ଟାର୍ଗେଟ ଥିଲା ବେଳେ ୩୨ ହଜାର ୫୨୬ ଜଣଙ୍କୁ ଟୀକା ଦିଆଯାଇଛି ।

ସେହିପରି ଗତକାଲି ୧୦୨ ପ୍ରତିଶତ ଆଚିଭମେଣ୍ଟ ହୋଇଥିଲା ବେଳେ ଆଜି ଆମେ କିଛି ସେସନ କମେଇଛୁ । ଆଜି ୧୯୨ ଟି ସେସନରେ ଟିକାକରଣ ହେବ । ୧୬ ହଜାର ୨୬୧ ଟିକାକରଣ ଲକ୍ଷ୍ୟ ଧାର୍ଯ୍ୟ ରହିଛି । ଏ ପର୍ଯ୍ୟନ୍ତ କୌଣସି ଗୁରୁତର ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଇ ନଥିବା ବେଳେ ୭ ଟି ସାମାନ୍ୟ ଧରଣର କେସ ଆସିଥିଲା । ହେଲେ ବର୍ତ୍ତମାନ ସବୁ ଠିକ ଅଛି ।

ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ କର୍ମୀ ଲାଗି ଟିକା ରହିଛି। ଦୁଇଟି ଫେଜରେ ଯେତିକି ଟିକା ଆସିଛି ତାହା ଆମର ସମସ୍ତ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ଦୁଇଟି ଡୋଜ ହିସାବରେ ପର‌୍ୟ୍ୟାପ୍ତ ।

ଅଧିକ ପଢନ୍ତୁ- ଆଜି ଭୁବନେଶ୍ୱରରେ ପହଞ୍ଚିବ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା

Leave A Reply

Your email address will not be published.