ଖୋର୍ଦ୍ଧା: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଳାରେ ଗଣେଶ ପୂଜା ହେବନି ବୋଲି ମଙ୍ଗଳବାର ଦିନ କହିଛନ୍ତି ଜିଲ୍ଲାପାଳ ସନତ କୁମାର ମହାନ୍ତି ।
ଜିଲ୍ଲାରେ କରୋନା ସଂକ୍ରମଣ ସ୍ଥିତିର ସମୀକ୍ଷା ବୈଠକ ପରେ ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସର୍ବସାଧାରଣ ସ୍ଥାନରେ ଗଣେଶ ପୂଜା କରିବା ଲାଗି ଚଳିତ ଥର କୌଣସି ପୂଜା କମିଟି କିମ୍ବା ସଂଘକୁ ଅନୁମତି ଦିଆଯିବ ନାହିଁ । ଏହାର ତଦାରଖ ପାଇଁ ଏକ ସ୍ପେଶାଲ୍ ଟିମ୍ ମଧ୍ୟ ଗଠନ କରାଯିବ ।
ପୂର୍ବରୁ ମଧ୍ୟ ଗଞ୍ଜାମ, ଗଜପତି ଓ କଟକ, ଭୁବନେଶ୍ୱରରେ ଗଶେଶ କରାନଯିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିଲା ।
Comments are closed.