Latest Odisha News

BREAKING NEWS

ଶ୍ରୀଗଣେଶଙ୍କୁ କାହିଁକି କୁହାଯାଏ ଗଣପତି? ଜାଣନ୍ତୁ, ସମ୍ପୂର୍ଣ୍ଣ କଥା

ଭୁବନେଶ୍ୱର: ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀ ତିଥିକୁ ‘ଗଣେଶ ଚତୁର୍ଥୀ’ ରୂପେ ପାଳନ କରାଯାଇଥାଏ । ଏହି ଦିନରେ ପ୍ରଭୁ ଶ୍ରୀଗଣେଶ ଜନ୍ମ ନେଇଥିବାର ମାନ୍ୟତା ରହିଛି ।

ଯେଉଁଥିପାଇଁ ଏହି ଦିନରେ ତାଙ୍କର ଜନ୍ମୋତ୍ସବ ପାଳନ କରାଯାଇଥାଏ । ଚଳିତଥର ଅଗଷ୍ଟ ୨୨ ତାରିଖରେ ପଡୁଛି ଗଣେଶ ଚତୁର୍ଥୀ । କୁହାଯାଏ ଭଗବାନ ଗଣେଶଙ୍କୁ ଆରାଧନା କରିବା ଦ୍ୱାରା ସୁଖ, ସମୃଦ୍ଧି ଓ ବୈଭବ ଆଦି ପ୍ରାପ୍ତି ହୁଏ ।

ଏହି ଅବସରରେ ଜାଣନ୍ତୁ କ’ଣ ରହିଛି ଶ୍ରୀଗଣେଶଙ୍କ ଜନ୍ମ ବୃତ୍ତାନ୍ତ-
ପୌରାଣିକ କଥାନୁଯାୟୀ, ଏକଦା ମାତା ପାର୍ବତୀଙ୍କ ଆଜ୍ଞା ପାଳନ କରିବାରେ ନନ୍ଦୀଙ୍କ ଦ୍ୱାରା ହେଳା ହୋଇଯାଇଥିଲା । ଯାହା ପରେ ମାତା ଭାବିଥିଲେ ଏମିତି କିଏ ନଥାନ୍ତା, ଯିଏକି ଖାଲି ମୋ ଆଜ୍ଞା ପାଳନ କରିଥାନ୍ତି । ତା’ପରେ ମାତା ନିଜ ଅଙ୍ଗ ଧୂଳିକୁ ଏକ ବାଳକର ଆକାର ଦେବା ସହିତ ସେଥିରେ ପ୍ରାଣ ଭରିଥିଲେ ।

କିମ୍ବଦନ୍ତୀ ଅନୁଯାୟୀ ମାତା ଗାଧୋଉଥିବା ବେଳେ ବାହାରେ ପହରା ଦେଇଥାନ୍ତି ଗଣେଶ । ଏମିତିକି ଦିନେ ଭଗବାନ ଶିବ ମାତାଙ୍କୁ ଦେଖା କରିବାକୁ ଚାହିଁଥିଲେ ବି ଗଣେଶ ତାଙ୍କୁ ଭିତରକୁ ଛାଡିନଥିଲେ । ଯାହା ଫଳରେ କ୍ରୋଧିତ ଶିବଶଙ୍କର ତାଙ୍କର ମୁଣ୍ଡକାଟ କରିଥିଲେ ।

ପରେ ବାହାରକୁ ଆସି ବାଳକର ଏତାଦୃଶ୍ୟ ଅବସ୍ଥା ଦେଖି ମାତା କ୍ରୋଧିତ ହୋଇ ଯାଇଥିଲେ । ଏପରିକି ତାଙ୍କ ପୁଅକୁ ଜୀବିତ କରାଇବା ଲାଗି ଭୋଳାନାଥକୁ କହିଥିଲେ । ଯାହାପରେ ଭଗବାନ ଶିବ ଏକ ହାତୀର ମୁଣ୍ଡକୁ ଆଣି ତାଙ୍କ ଶରୀରରେ ଲଗାଇଥିଲେ ।

ଶ୍ରୀଗଣେଶଙ୍କୁ କାହିଁକି କୁହାଯାଏ ଗଣପତି, ଜାଣନ୍ତୁ…
ବାଲ୍ୟବସ୍ଥାରେ ଗଣେଶଙ୍କୁ ସବୁ ଦେବତା ଅନେକ ବରଦାନ ଦେଇଥିଲେ । ଏପରିକି ସମସ୍ତ ଗଣର ସ୍ୱାମୀ ହୋଇଥିବାରୁ ତାଙ୍କୁ ଗଣପତି କୁହାଯାଇଥାଏ । ତାଙ୍କ ମୁଣ୍ଡରେ ହାତୀର ମୁଣ୍ଡ ଲାଗିଥିବାରୁ ସେ ଗଜାନନ ଭାବେ ମଧ୍ୟ ପରିଚିତ ।

ସାରା ଦେଶରେ ଗଣେଶ ପୂଜା ବଡ ଧୁମଧାମରେ ପାଳିତ ହୋଇଥାଏ । ଏହି ଦିନରେ ସକାଳୁ ସକାଳୁ ଛାତ୍ରଛାତ୍ରୀମାନେ ଫୁଲ, ନଡିଆ, କଦଳୀ ଓ ଧୂପ ଦୀପ ଆଦି ଧରି ଶିକ୍ଷାନୁଷ୍ଠାନ ଗୁଡିକରେ ଗଜାନନଙ୍କ ପୂଜାର୍ଚ୍ଚନା କରିଥାନ୍ତି । ହେଲେ ଚଳିତ ଥର କରୋନା ମହାମାରୀକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳନ କରିବାକୁ ବାରଣ କରାଯାଇଛି।

Leave A Reply

Your email address will not be published.