ଭୁବନେଶ୍ୱର: ରାଜ୍ୟରେ ଆଉ ଗଞ୍ଜେଇ ଚାଷ ପାଇଁ ଅନୁମତି ମିଳିବ ନାହିଁ ବୋଲି ମଙ୍ଗଳବାର ଦିନ କହିଛନ୍ତି ରାଜ୍ୟ ସରକାର ।
ଲୋକସେବା ଭବନଠାରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଗଣମାଧ୍ୟମକୁ ସୂଚନାଦେଇ ଅବକାରୀ ବିଭାଗ ସଚିବ ସୁଶୀଲ କୁମାର ଲୋହାଣୀ ଏହା କହିଛନ୍ତି ।
“ଔଷକ୍ଷୀୟ ଗୁଣ ଥିବା ଦର୍ଶାଯାଇ ଗଞ୍ଜେଇ ଚାଷ ପାଇଁ ଅନୁମତି ନେଇ ବୈଠକ ଡକାଯାଇଥିଲା । କିନ୍ତୁ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ଆଲୋଚନା କରାଯିବା ବେଳେ ଆଇନ ବିଭାଗ ଏ ପ୍ରସ୍ତାବକୁ ଖାରଜ କରିଥିଲା । ତେଣୁ ରାଜ୍ୟରେ ଗଞ୍ଜେଇ ଚାଷ ପାଇଁ ଅନୁମତି ମିଳବ ନାହିଁ” ବୋଲି ସେ କହିଛନ୍ତି ।
ରାଜ୍ୟରେ ଅନେକ ସମୟରେ ଗଞ୍ଜେଇ ଚୋରାଚାଲାଣ ଖବର ସାମନାକୁ ଆସୁଛି । ଚୋରା ଚାଲାଣ ରୋକିବାକୁ ପୋଲିସକୁ ନାକେଦମ ମଧ୍ୟ ହେବାକୁ ପଡୁଛି ବୋଲି ଅବକାରୀ ସଚିବ ପ୍ରକାଶ କରିଛନ୍ତି ।
Comments are closed.