ଭୁବନେଶ୍ୱର : ଓମିକ୍ରୟ ଭୟ ନେଇ ନୂଆ ବର୍ଷ ପାଇଁ କଟକଣା ଜାରି । ସରକାରୀ କାର୍ଯ୍ୟାଳୟରେ ନୂଆବର୍ଷ ପାଇଁ କୌଣସି କର୍ମଚାରୀ ଏକାଠି ହେବା ନେଇ ମନା କରାଯାଇଛି । କୌଣସି ଅଧିକାରୀଙ୍କୁ ନୂଆ ବର୍ଷ ପାଇଁ ଫୁଲତୋଡା ଦେଇ ଅଭିନନ୍ଦନ ଜଣାଇବା ପାଇଁ ବାରଣ କରାଯାଇଛି ।
ସମସ୍ତ କର୍ମଚାରୀଙ୍କୁ ଅନଲାଇନ ଶୁଭେଚ୍ଛା ଜଣାଇପାରିବେ । ଓମିକ୍ରୟ ସଂକ୍ରମଣ ଆଶଂଙ୍କା ଥିବାରୁ ଏପରି କଟକଣା ଜିର କରିଛି ପ୍ରଶାସନ । ଏହାକୁ ସମସ୍ତେ ମାନିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।ଅମାନିଆଙ୍କ ପ୍ରତି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ।
Comments are closed.