Latest Odisha News

BREAKING NEWS

କଟକଣା ଯୁକ୍ତ ରଥଯାତ୍ରା ହେଉ: ମୁକ୍ତି ମଣ୍ଡପ

ପୁରୀ: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଛି । ସେପଟେ କରୋନା ନେଇ ସମଗ୍ର ରାଜ୍ୟରେ ଲକଡାଉନ୍ ମଧ୍ୟ ଜାରି ରହିଛି । ଲକଡାଉନ୍ କଟକଣା ଭିତରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେବ ନା ନାହିଁ ତାକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ଲାଗି ରହିଛି । ଏହାକୁ ନେଇ ଆଜି ଜଗନ୍ନାଥ ମନ୍ଦିରର ମୁକ୍ତିମଣ୍ଡପ ସୁଚିନ୍ତିତ ପରାମର୍ଶ ଦେଇଛି ।

କଟକଣା ଯୁକ୍ତ ରଥଯାତ୍ରା କରିବାକୁ ମୁକ୍ତିମଣ୍ଡପ ସଭା ମତ ରଖିଛି । ସୀମିତ ସେବକ ଓ ପୁଲିସଙ୍କ ସହଯୋଗରେ ରଥଟଣା ହେଉ । ପୁରୀର ପ୍ରବେଶ ପଥ ଅବରୋଧ କରାଯାଉ ଓ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ଅଙ୍କୁଶ ଲାଗୁ । ତେବେ ସର୍ବୋପରି ଶଙ୍କରାଚାର‌୍ୟ୍ୟଙ୍କ ପରାମର୍ଶ ଗ୍ରହଣୀୟ ବୋଲି ମୁକ୍ତିମଣ୍ଡପ ପକ୍ଷରୁ କୁହାଯାଇଛି ।

ମୁକ୍ତିମଣ୍ଡପ ସଭା କାର‌୍ୟ୍ୟକାରୀ ସଭାପତିଙ୍କ ପକ୍ଷରୁ ଆଜି ୩ ଗୋଟି ପ୍ରସ୍ତାବ ଦିଆଯାଇଛି । ମୁକ୍ତିମଣ୍ଡପ ପକ୍ଷରୁ କୁହାଯାଇଛି ଯେ ଚଳିତବର୍ଷ କରୋନା ଭୂତାଣୁର ଭୟାବହତାକୁ ଦୃଷ୍ଟିରେ ରଖି ଦୂରଦର୍ଶନ ମାଧ୍ୟମରେ ଘରେ ବସି ଶ୍ରଦ୍ଧାଳୁ ରଥଯାତ୍ରା ଦେଖିପାରିବେ ।

ସେହିପରି ସ୍ବଳ୍ପସଂଖ୍ୟକ ସେବାୟତ ଓ ପୁଲିସଙ୍କ ସହଯୋଗରେ ରଥଯାତ୍ରା ସମ୍ପାଦନା କରିବା ଓ ସାଧାରଣ ବ୍ୟକ୍ତିଙ୍କର ପୁରୀ ଆଗମନ ଉପରେ ଅଙ୍କୁଶ ଲଗାଯିବାକୁ ପ୍ରସ୍ତାବ ଦିଆଯାଇଛି । ତେବେ ଯଦି ରଥଯାତ୍ରା ବନ୍ଦ ହେଲେ ଅସୁବିଧା ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି । କାରଣ ଭକ୍ତ ଓ ସେବକ ସୁସ୍ଥ ରହିଲେ ହିଁ ମନ୍ଦିର ଦେବତା କାନ୍ତିଯୁକ୍ତ ହେବେ ବୋଲି ମୁକ୍ତିମଣ୍ଡପ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.