Latest Odisha News

ଆଉ ୩ ମାସ ବଢିଲା ନୂଆ ମୋଟରଯାନ ଆଇନର ଡେଡ଼ଲାଇନ୍

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୩୦ ତାରିଖରେ ରାଜ୍ୟ ସରକାର ଦେଇଥିବା ନୂଆ ମୋଟରଯାନ ଆଇନ ୨୦୧୯ର ଡେଡଲାଇନ୍ ସମାପ୍ତ ହେଉଥିବା ବେଳେ ରାଜ୍ୟ ସରକାର ଗୁରୁବାର ଦିନ ଏହାର କୋହଳ ସମୟସୀମା ଆହୁରି ୩ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ଆସନ୍ତା ୧ତାରିଖରୁ ଟ୍ରାଫିକ ନିୟମ କଡାକଡି ଭାବେ ଲାଗୁ କରାଯିବ ବୋଲି କୁହାଯାଉଥିବା ବେଳେ ଗୁରୁବାର ବିଧାନସଭାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ୩ମାସ ପାଇଁ ଟ୍ରାଫିକ୍‌ କୋହଳ ସମୟସୀମା ବଢ଼ିଥିବା ସୂଚନା ଦେଇଛନ୍ତି। ତେବେ କେବଳ ଗାଡ଼ି ଲାଇସେନ୍ସ ଓ କାଗଜପତ୍ର ପ୍ରସ୍ତୁତି ପାଇଁ ଏହି ସମୟସୀମାକୁ ବୃଦ୍ଧି କରାଯାଇଛି।

ରାଜ୍ୟର ବିଭିନ୍ନ ଆରଟିଓ ଅଫିସରେ ଲୋକଙ୍କର ପ୍ରବଳ ଭିଡ ଓ ଅସୁବିଧାକୁ ହୃଦୟଙ୍ଗମ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାଡି ସମ୍ବନ୍ଧୀୟ ସମସ୍ତ କାଗଜ ପତ୍ର ଠିକ କରିବାକୁ ଗାଡି ଚାଳକ ମାନଙ୍କୁ ଆଉ ୩ ମାସ ସମୟ ଦେବାକୁ ନିର୍ଦ୍ଦେଶ ଦେଇଥିବା ଆଜି ବିଧାନସଭାରେ ପ୍ରକାଶ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

Leave A Reply

Your email address will not be published.