Latest Odisha News

BREAKING NEWS

ମହାରାଷ୍ଟ୍ର ମହାନାଟକର ନାୟକ ଅଜିତ ପାୱାର ହେବେ ଉପ-ମୁଖ୍ୟମନ୍ତ୍ରୀ !

ମୁମ୍ବାଇ: ଏନସିପି ନେତା ଅଜିତ ପାୱାର ନବଗଠିତ ମହାରାଷ୍ଟ୍ର ସରକାରରେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଆଜି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଶିବାଜୀ ପାର୍କଠାରେ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରୁଥିବା ବେଳେ ତାଙ୍କ ସହିତ ମନ୍ତ୍ରୀମଣ୍ଡଳର ଅନ୍ୟ ୬ଜଣ ସଦସ୍ୟ ଶପଥପାଠ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଏନଡ଼ିଟିଭିରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ।

ନିଜ ଦଳ ହେଉକି ନିଜ ପରିବାର ସେ ପ୍ରତାରିତ କରି ବିଜେପି ସହିତ ସାମିଲ୍ ହୋଇ ଉପ-ଉପମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ଼ନାଭିସଙ୍କ ସହିତ ଶପଥପାଠ କରିବା ପରେ ନିଜ ଦଳ ଓ ପରିବାରରେ ସମାଲୋଚିତ ହୋଇ ଆସୁଥିଲେ । ମାତ୍ର ଗତକାଲି ସେ ପୁନର୍ବାର ନିଜ ଦଳକୁ ଫେରିଆସିବା ପରେ ଏହା ପଛରେ ପରିବାରର ପଚ୍ଛନ୍ନ ହାତ ରହିଥିବା ଜଣାପଡ଼ିଛି । ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ହୁଅନ୍ତୁ କି ଶିବସେନା ନେତା ସଞ୍ଜୟ ରାଉତ ତାଙ୍କର ଶୁଭାକାଂକ୍ଷୀମାନେ ହିଁ ତାଙ୍କୁ ବୁଝାସୁଝା କରିବା ପରେ ସେ ଦଳ ସହିତ ଏବେବି ରହିଛନ୍ତି ବୋଲି ଅଜିତ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।

ମହାରାଷ୍ଟ୍ର ରାଜନୀତିର ଏହି ପ୍ରଭାବଶାଳୀ ନେତା ଅଜିତ ପାୱାର ଆଜି ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି, “ଆଜି ମୁଁ ଶପଥ ଗ୍ରହଣ କରୁନାହିଁ । ଆଜି ସମସ୍ତ ତିନିଟି ଦଳରୁ ୬ଜଣ ସଦସ୍ୟ ଶପଥ ଗ୍ରହଣ କରିବେ ।” ସେ ଉପ-ମୁଖ୍ୟମନ୍ତ୍ରୀ ହେବେ କି ନାହିଁ ବୋଲି ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ଦଳ ଯାହା ନିଷ୍ପତ୍ତି ଗ୍ରହଣ କରିବ ମୁଁ ତାହା ପାଳନ କରିବି ।

ଏଠାରେ ଉଲ୍ଲେଖଯୋଗ୍ୟ, ଦୁଇଦିନ ପୂର୍ବରୁ ନୂତନ ଭାବେ ଗଠିତ ମହାରାଷ୍ଟ୍ର ସରକାରରୁ ସେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଇସ୍ତଫା ପ୍ରଦାନ କରିଥିଲେ । ସେ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସଙ୍କ ସହ ଯଥାକ୍ରମେ ମୁଖ୍ୟମନ୍ତ୍ରୀ ଏବଂ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଅଜିତ ତିନିଦିନ ଲାଗି ଉପ-ମୁଖ୍ୟମନ୍ତ୍ରୀ ଭାବେ ରହିଥିବା ବେଳେ ପୁନର୍ବାର ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଶପଥଗ୍ରହଣ କରିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.