Latest Odisha News

BREAKING NEWS

ସରକାର ଶୁଣିଲେଣି, ଘର ତିଆରି କରିଦେବେ ସୋନୁ ସୁଦ

ଉତ୍ତରପ୍ରଦେଶ: କରୋନା କାଳରେ ପ୍ରବାସୀଙ୍କ ସାହାରା ପାଲଟିଥିଲେ ବଲିଉଡ ଅଭିନେତା ସୋନୁ ସୁଦ । ତାଙ୍କ ଯୋଗୁ ହଜାର ହଜାର ପ୍ରବାସୀ ସୁରକ୍ଷିତ ଭାବରେ ଘରକୁ ଫେରିଥିଲେ । ଅସହାୟଙ୍କ ବନ୍ଧୁ ପାଲଟିଛନ୍ତି ସୋନୁ ସୁଦ । ଏବେ ଉତ୍ତରପ୍ରଦେଶରେ ଜଣେ ଗରିବ ଚାଷୀଙ୍କ ପାଇଁ ଘର ନିର୍ମାଣ କରିବାକୁ ଘୋଷଣା କରି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ।

ଉତ୍ତରପ୍ରଦେଶର ମହାରାଜଗଞ୍ଜ ଅଞ୍ଚଳର ଗରିବ ଚାଷୀ ସନ୍ତୋଷ ମିଶ୍ର । ପାଞ୍ଚ ବର୍ଷ ହେବ ଭଙ୍ଗା ଦଦରା ଘରେ ପରିବାର ଲୋକଙ୍କୁ ନେଇ ରହୁଛନ୍ତି । ମରାମତି ପାଇଁ ସମ୍ବଳ ନାହିଁ । ସରକାରୀ ବାବୁଙ୍କୁ ଗୁହାରି କରି ଥକି ପଡ଼ିଲେଣି । ସନ୍ତୋଷଙ୍କ କଥା କେହି ଶୁଣୁ ନାହାନ୍ତି । ଶେଷରେ ସୋସିଆଲ୍ ମିଡିଆରେ ତାଙ୍କ ଦୁଃଖ କାହାଣୀ ଭାଇରାଲ୍ ହୋଇଥିଲା ।

ସନ୍ତୋଷଙ୍କ ଜୀବନ କାହାଣୀ ଜାଣିବା ପରେ ସହାୟତା ହାତ ବଢ଼ାଇଥିଲେ ସୋନୁ ସୁଦ । ଫୋନ୍ କରି କଥା ହୋଇଥିଲେ । ପ୍ରତିଶ୍ରୁତି ଦେଇଛନ୍ତି ଖୁବଶୀଘ୍ର ପୁରୁଣା ଘର ସ୍ଥାନରେ ପକ୍କା ଘର ନିର୍ମାଣ କରାଇଦେବେ । ସୋନୁ ପାଖାପାଖି ୭ ମିନିଟ କଥା ହୋଇଥିଲେ । ସନ୍ତୋଷ ମିଶ୍ରଙ୍କ ପରିବାର ଭାରି ଖୁସି ।

ଦାରିଦ୍ର୍ୟ ସୀମାରେଖା ତଳେ ଥିବା ସନ୍ତୋଷଙ୍କ ପରିବାର ଏଯାଏଁ ସରକାରୀ ଯୋଜନାରେ ଘର ଖଣ୍ଡେ ପାଇଲେ ନାହିଁ । କଥା ଶୁଣିଲେନି ସରକାରୀ ବାବୁ । ସରକାରୀ ଅଫିସ ଦୌଡ଼ି ନୟାନ୍ତ ହେଲେ । କିନ୍ତୁ ସୋନୁଙ୍କ କାନରେ କଥା ପଡ଼ିବା କ୍ଷଣି ସହାୟତାର ହାତ ବଢ଼ାଇଲେ । ସେଇଥିପାଇଁ ତ ସୋନୁ ହେଉଛନ୍ତି ରିଲ୍ ଷ୍ଟାର, ରିୟଲ ହିରୋ ।

Leave A Reply

Your email address will not be published.