Latest Odisha News

BREAKING NEWS

ଗ୍ରାହକ ହୋଇ ଆସିଲେ, ଦୋକାନୀଙ୍କଠୁ ଝାମ୍ପି ନେଲେ

ଖୋର୍ଦ୍ଧା: ଖୋର୍ଦ୍ଧାରେ ମାତିଛନ୍ତି ଲୁଟେରା । ଗ୍ରାହକ ହୋଇ ଆସି ଦୋକାନୀଙ୍କଠୁ ଲୁଟି ନେଲେ ସୁନା ଚେନ୍ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜଟଣୀ ସହରରେ। ପୁରା ଘଟଣା ସିସିଟିଭିରେ କଏଦ ହୋଇଯାଇଛି।

ଜଟଣୀ ସହରରରେ ଥିବା ଏକ ଡିସ୍ ଟିଭି ଦୋକାନକୁ ଗତକାଲି ମଧ୍ୟାହ୍ନରେ ଜଣେ ଗ୍ରାହକ ହୋଇ ଆସିଥିଲେ। ତାଙ୍କ ମୁଣ୍ଡରେ ଥିଲା ହେଲମେଟ୍। ଦୋକାନରେ ଥିବା ଜଣେ ମହିଳାଙ୍କୁ କିଛି ପଚରାଉଚରା କରିଥିଲେ। ତେବେ ମହିଳା ଜଣଙ୍କ କିଛି ବୁଝିବା ପୂର୍ବରୁ ଗ୍ରାହକ ହୋଇ ଆସିଥିବା ଲୁଟେରା ଜଣକ ମହିଳାଙ୍କ ବେକରୁ ସୁନାଚେନ ଝାମ୍ପି ନେଇ ଦୌଡି ପଳାଇଥିଲେ।

ମହିଳାଙ୍କ ପାଟିଶୁଣି ଆଖପାଖ ଲୋକେ ପହଞ୍ଚିବା ବେଳକୁ ଲୁଟେରା ଜଣକ ଫେରାର ହୋଇଯାଇଥିଲେ। ଏ ସମସ୍ତ ଘଟଣା ଦୋକାନରେ ଥିବା ସିସିଟିଭିରେ କଏଦ ହୋଇଛି। ମହିଳା ଜଣକ ଜଟଣୀ ଥାନାରେ ଅଭିଯୋଗ କରିଛନ୍ତି। ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.