ଭୁବନେଶ୍ବର: ଓଡିଶାରେ ଗଠନ ହୋଇନପାରେ ହାଇକୋର୍ଟ ବେଞ୍ଚ । ଏହାର କିଛି ଯଥାର୍ଥତା ନାହିଁ । ଆଜି ବିଧାନସଭାରେ ବଲାଙ୍ଗୀର ବିଧାୟକ କଳିକେଶ ସିଂହଦେଓଙ୍କ ପ୍ରଶ୍ନରେ ଉତ୍ତର ରଖି କିଛି ଏମିତି ଇଙ୍ଗିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ବିଧାନସଭାରେ ବିଧାୟକ କଳିକେଶ ସିଂହଦେଓ ପ୍ରଶ୍ନ କରିଥିଲେ କି ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବାର ପ୍ରସ୍ତାବ ଅଛି କି? ବୋଲି, ଯାହାର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ ସୁପ୍ରିମକୋର୍ଟ ଦ୍ବାରା ଏ ସଂକ୍ରାନ୍ତରେ ଆସିଥିବା ରାୟ ଅନୁଯାୟୀ ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର କୌଣସି ଯଥାର୍ଥତା ନାହିଁ ।
Comments are closed.