Latest Odisha News

BREAKING NEWS

ନିମିଶା ପ୍ରିୟାଙ୍କ ପ୍ରତି କୌଣସି ବିପଦ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୟେମେନରେ ହତ୍ୟା ପାଇଁ ମୃତ୍ୟୁଦଣ୍ଡ ପାଇଥିବା ଭାରତୀୟ ନର୍ସ ନିମିଶା ପ୍ରିୟାଙ୍କ ପ୍ରତି ବର୍ତ୍ତମାନ୍ କୌଣସି ବିପଦ ନଥିବା ଗୁରୁବାର ଦିନ କହିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲା ଉପରେ ଆଗାମୀ ଶୁଣାଣି ୮ ସପ୍ତାହ ପରେ କରାଯିବା ନେଇ କୋର୍ଟ କହିଛନ୍ତି।

ସେ ୨୦୧୭ରେ ତାଙ୍କ ସହଯୋଗୀ ତଥା ୟେମେନ ବ୍ୟବସାୟୀଙ୍କୁ ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତେବେ ‘ସେଭ୍ ନିମିଶା ପ୍ରିୟା ଇଣ୍ଟରନ୍ୟାସନାଲ୍ ଆକ୍ସନ୍ କାଉନସିଲ୍’ର ଓକିଲ ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ମାମଲାକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ।

କେରଳର ପାଲକ୍କଡରୁ ୩୮ ବର୍ଷୀୟ ନର୍ସଙ୍କୁ ରକ୍ଷା କରିବା ପାଇଁ କେନ୍ଦ୍ରକୁ କୂଟନୈତିକ ଉପାୟ ବ୍ୟବହାର କରିବାକୁ ଅନୁରୋଧ କରି ସୁପ୍ରିମକୋର୍ଟ ଏକ ଆବେଦନର ଶୁଣାଣି କରୁଛନ୍ତି। ୧୬ ଜୁଲାଇରେ ନିମିଶାଙ୍କୁ ହେବାକୁ ଥିବା ଫାଶୀ ଉପରେ ରୋକ ଲଗାଯାଇଥିବା ନେଇ ଗତ ମାସରେ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅବଗତ କରାଇଥିଲେ। ପ୍ରିୟାଙ୍କୁ ସୁରକ୍ଷିତ ରଖିବା ପାଇଁ ସରକାର ଯଥା ସମ୍ଭବ ଚେଷ୍ଟା କରୁଥିବା ନେଇ କେନ୍ଦ୍ର ସରକାର ୧୮ ଜୁଲାଇରେ ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ପ୍ରିୟାଙ୍କୁ ୨୦୧୭ରେ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ୨୦୨୦ରେ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିଲା। ୨୦୨୩ରେ ତାଙ୍କର ଶେଷ ଆବେଦନ ଖାରଜ ମଧ୍ୟ କରାଯାଇଥିଲା। ବର୍ତ୍ତମାନ ସେ ୟେମେନର ରାଜଧାନୀ ସାନାର ଏକ ଜେଲରେ ବନ୍ଦୀ ଥିବା ନେଇ ଜଣାପଡ଼ିଛି। ତେବେ ଶରିଆ ଆଇନ ଅନୁଯାୟୀ ମୃତକଙ୍କ ପରିବାରକୁ ବ୍ଲଡ଼ମନି ଦିଆଯାଇ କ୍ଷମା ପ୍ରାର୍ଥନା କରାଯାଇପାରେ। ତେଣୁ ଏନେଇ ମଧ୍ୟ ଆଲୋଚନା କରାଯାଇପାରେ ବୋଲି ଆବେଦନକାରୀଙ୍କ ତରଫରୁ କୁହାଯାଇଛି।

 

Comments are closed.