Latest Odisha News

BREAKING NEWS

ସାତ ମାସରେ ଯେତିକି, ଅଗଷ୍ଟରେ ତାଠୁ ଲକ୍ଷେ ଅଧିକ

ନୂଆଦିଲ୍ଲୀ: ଦେଶରେ କରୋନା କାୟା ମାଡ଼ି ମାଡ଼ି ଚାଲିଛି । ସଂକ୍ରମିତଙ୍କ ସଂଖ୍ୟା ୩୩ ଲକ୍ଷ ପାର କରିଛି । ଅଗଷ୍ଟ ଶେଷ ସପ୍ତାହରେ ଦେଶରେ ନୂଆ ରେକର୍ଡ କରିଛି କରୋନା । ଚଳିତମାସର ରେକର୍ଡ କହୁଛି ଦେଶରେ ମହାମାରୀ ଝଡ଼ ସୃଷ୍ଟି କରିଛି । ଫେବ୍ରୁଆରୀରୁ ଜୁଲାଇ (୬ ମାସ) ଭିତରେ ଦେଶରେ ଯେତିକି ସଂକ୍ରମିତ ହୋଇଥିଲେ ଅଗଷ୍ଟରେ ତାଅପେକ୍ଷା ଲକ୍ଷେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

୬ ମାସରେ ୧୬ ଲକ୍ଷ, ଅଗଷ୍ଟରେ ୧୭ ଲକ୍ଷ ପଜିଟିଭ୍
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ, ଜୁଲାଇ ମାସ ୩୧ ତାରିଖ ସୁଦ୍ଧା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଥିଲା ୧୬ ଲକ୍ଷ ୩୮ ହଜାର ୮୭୦ ଜଣ । କିନ୍ତୁ ଅଗଷ୍ଟରେ (ଆଜି ସୁଦ୍ଧା) ପଜିଟିଭ୍ କେସ୍ ୩୩ ଲକ୍ଷ ୮୭ ହଜାର ୫୦୧ରେ ପହଞ୍ଚିଛି । ଅର୍ଥାତ୍ ଚଳିତମାସରେ ଚିହ୍ନଟ ହୋଇଛନ୍ତି ୧୭ ଲକ୍ଷ ୪୮ ହଜାର ୬୩୧ ନୂଆ ଭୂତାଣୁ ସଂକ୍ରମିତ । ଗତ ୬ ମାସ ଅପେକ୍ଷା ୧ ଲକ୍ଷ ୯ ହଜାର ୭୬୧ ଅଧିକ ।

ଅଗଷ୍ଟରେ ୨୫ ହଜାର ମୃତ
ଦେଶରେ କରୋନା ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନି । ଜୁଲାଇ ୩୧ ସୁଦ୍ଧା ଦେଶରେ କରୋନା ନେଇଥିଲା ୩୫ ହଜାର ୭୪୭ ଜୀବନ । ଆଜି ସୁଦ୍ଧା କରୋନାରେ ପ୍ରାଣ ହରାଇଲେଣି ୬୧ ହଜାର ୫୨୯ ଆକ୍ରାନ୍ତ । ଅର୍ଥାତ ଚଳିତ ମାସରେ କେବଳ ୨୫ ହଜାର ୭୮୨ ଜଣ ପ୍ରାଣ ହରାଇଛନ୍ତି ।

ଜାନୁଆରୀ ୩୦ରେ ପ୍ରଥମ ପଜିଟିଭ୍, ମାର୍ଚ୍ଚ ୧୩ରେ ପ୍ରଥମ ମୃତ୍ୟୁ
ଜାନୁଆରୀ ୩୦ ତାରିଖରେ ଦେଶରୁ ବାହାରିଥିଲା ପ୍ରଥମ ପଜିଟିଭ୍ କେସ୍ । କେରଳରୁ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରେ ପର‌୍ୟ୍ୟାୟକ୍ରମେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିଲା । ସେହିପରି ମାର୍ଚ୍ଚ ୧୩ ତାରିଖରେ ଦେଶରେ କରୋନା ନେଇଥିଲା ପ୍ରଥମ ମୁଣ୍ଡ ।

Leave A Reply

Your email address will not be published.