Latest Odisha News

BREAKING NEWS

ହୋଲିରେ ମିଳିବ ନି ମଦ, ଅମାନିଆଙ୍କୁ ସାବାଡ କରିବାକୁ ପ୍ରସ୍ତୁତ କମିଶନରେଟ ପୋଲିସ

ଭୁବନେଶ୍ବର: ରାତି ପାହିଲେ ରଙ୍ଗର ପର୍ବ ହୋଲି । ରଙ୍ଗ ଖେଳିବାକୁ ନେଇ ଗାଁଠୁ ସହର ଉତ୍ସବ ମୁଖର । କୁନି ପିଲାଠୁ ବୁଢା ଯାଏଁ ରଙ୍ଗରେ ରଙ୍ଗେଇ ହେବେ । ସହରଠାରୁ ଗାଁର ଗଳି ଗଳିରେ ଖୋଲିଛି ରଙ୍ଗର ପସରା । ତେବେ ଏହି ସମୟରେ ଅମାନିଆଙ୍କୁ ସାବାଡ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି କମିଶନରେଟ ପୋଲିସ ।

ହୋଲି ପ୍ରସ୍ତୁତି ନେଇ ସୂଚନା ଦେଇଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ । ସେ କହିଛନ୍ତି ଯେ, ହୋଲି ପର୍ବରେ ମଦ ମିଳିବ ନାହିଁ । ସୁରକ୍ଷା ଦୃଷ୍ଟି କୋଣରୁ ସହରରେ ମୋଟ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ୨୦୦ ହୋମ ଗାର୍ଡ ମଧ୍ୟ ରହିବେ । ଅନ୍ୟ କାହାକୁ ଅସୁବିଧାରେ ପକାଇ ରଙ୍ଗ ନଖିଳିବାକୁ ସେ ଅପିଲ କରିଛନ୍ତି ।

ଡିସିପି ଆହୁରି କହିଛନ୍ତି ଯେ, ପୋଲିସର ବ୍ଲକିଂ, ନାଇଟ ଚେକିଙ୍ଗ ଜାରି ରହିଛି । ଆସନ୍ତାକାଲି ଭୋର୍ ସମୟରୁ ହିଁ ବିଭିନ୍ନ ସ୍ଥାନରେ ଫୋର୍ସ ମୃତୟନ୍ ହେବେ । ଫାୟାର ଏବଂ ଓଡ୍ରାଫ ଟିମ୍ କୁ ମଧ୍ୟ ସଜାଗ ରହିବା ପାଇଁ କୁହାଯାଇଛି । ଶବ୍ଦ ପ୍ରଦୂଷଣ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରଙ୍ଗ ଖେଳି ସାରିବା ପରେ ନଦୀକୁ ଯାଆନ୍ତୁ ନାହିଁ, ନଦୀରେ ସ୍ନାନ କରନ୍ତୁ ନାହିଁ ।

Leave A Reply

Your email address will not be published.