ଭୁବନେଶ୍ୱର: ଭୁବନେଶ୍ୱରରେ କୋହଳ ହେବନି ଲକଡାଉନ୍ ନିୟମ । ସର୍ବାଧିକ କରୋନା ଆକ୍ରାନ୍ତ ଭୁବନେଶ୍ୱରରେ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ କୌଣସି ନିୟମ କୋହଳ କରାଯିବ ନାହିଁ । ରାଜଧାନୀ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଆସିବ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍ଆର୍ସି ପ୍ରଦୀପ କୁମାର ଜେନା ।
ଚାଷକାର୍ୟ୍ୟରେ ସହାୟତା ପାଇଁ ଲକଡାଉନକୁ ସାମାନ୍ୟ କୋହଳ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ହେଲେ କଣ୍ଟେନମେଣ୍ଟ୍ ଜୋନ ପାଇଁ ନିୟମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଦ୍ୱିତୀୟ ପର୍ୟ୍ୟାୟ ଲକଡାଉନ ପାଇଁ ଧାନ ବୁଣା, ଚାଷ, ତଳି ରୁଆ, ଫସଲ ଅମଳ ଆଦି କାର୍ୟ୍ୟକୁ ଚାଲୁ ରଖିବାକୁ ସରକାର ଅନୁମତି ଦେଇଛନ୍ତି ।
କୃଷି ଜାତ ଦ୍ରବ୍ୟ ପରିବହନ ଓ ବଂଟନ ପାଇଁ ଟ୍ରାକ୍ଟର ଓ ଟ୍ରକ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି । କୃଷି ଯନ୍ତ୍ରପାତି ବିକ୍ରି କରୁଥିବା ଦେକାନ ମଧ୍ୟ ଖୋଲିବାକୁ ଅନୁମତି ଦେଇଛନ୍ତି ସରକାର । ହେଲେ ରାଜଧାନୀ ଭୁବନେଶ୍ୱରର ଲୋକ କିନ୍ତୁ ଏଥିରୁ ବାଦ ପଡ଼ିବେ । ଭୁବନେଶ୍ୱରେ କୃଷିକାର୍ୟ୍ୟ ହେବନି କି କୌଣସି ବି ନିୟମ କୋହଳ ହେବ ନାହିଁ ।
BREAKING NEWS
- ରାତି ୮ଟା ଯାଏଁ ଡେଡଲାଇନ୍ ଦେଲେ ଟ୍ରମ୍ପ… ଚୁକ୍ତି ଚୂଡ଼ାନ୍ତ ନହୁଏ ତେବେ ଇରାନରେ କ’ଣ ହେବ?
- କୁଏତ ଏୟାରବେସ ଉପରେ ଇରାନର ଆକ୍ରମଣ, ୧୫ ଆମେରିକୀୟ ଆହତ
- ୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ;ଉଚ୍ଚଶିକ୍ଷା ମନ୍ତ୍ରୀ ଜଣାଇଲେ ଅଭିନନ୍ଦନ
- Financial literacy: ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢିବେ ଆର୍ଥିକ ସାକ୍ଷରତା ପାଠ;ସ୍ବତନ୍ତ୍ର ପ୍ରଶିକ୍ଷଣ ନେବେ ଶିକ୍ଷକ-ଶିକ୍ଷୟିତ୍ରୀ
- BJD Suspend: ମଞ୍ଜୁଲତା ଓ ମୁକ୍ତିକାନ୍ତ ବିଜେଡିରୁ ସସ୍ପେଣ୍ଡ୍
- ଅଶ୍ୱିନୀ କୁମାର ମିଶ୍ରଙ୍କୁ ବିଷୁବ ପୁରସ୍କାର ଓ ଏହିମାନେ ପାଇବେ ‘ଝଙ୍କାର’ ପୁରସ୍କାର
- Terror network:ଆତଙ୍କବାଦୀ ମଡ୍ୟୁଲ୍ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ;ପାକିସ୍ତାନ ସହ ଜଡିତ ୨ଅସ୍ତ୍ରଶସ୍ତ୍ର ଚୋରାଚାଲାଣକାରୀ ଗିରଫ
- Metro Rail Project in Odisha: ମେଟ୍ରୋ ପ୍ରକଳ୍ପ ବାତିଲ ନିଷ୍ପତ୍ତି ବିଜେପି ସରକାରଙ୍କ ହୀନମନ୍ୟତାର ପରିଚୟ: ବିଜେଡି
- ଆଇପିଏଲରୁ ଅବସର କାହିଁକି ନେଲେ କହିଲେ ଅଶ୍ୱୀନ
- ଟି୨୦: ଟିମ ଇଣ୍ଡିଆରେ ସ୍ଥାନ ପାଇବା ପାଇଁ ୮ ଓପନରଙ୍କ ମଧ୍ୟରେ ହେବ ପ୍ରତିଦ୍ୱନ୍ଦ୍ୱିତା
Comments are closed.