ଭୁବନେଶ୍ୱର: ଭୁବନେଶ୍ୱରରେ କୋହଳ ହେବନି ଲକଡାଉନ୍ ନିୟମ । ସର୍ବାଧିକ କରୋନା ଆକ୍ରାନ୍ତ ଭୁବନେଶ୍ୱରରେ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ କୌଣସି ନିୟମ କୋହଳ କରାଯିବ ନାହିଁ । ରାଜଧାନୀ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଆସିବ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍ଆର୍ସି ପ୍ରଦୀପ କୁମାର ଜେନା ।
ଚାଷକାର୍ୟ୍ୟରେ ସହାୟତା ପାଇଁ ଲକଡାଉନକୁ ସାମାନ୍ୟ କୋହଳ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ହେଲେ କଣ୍ଟେନମେଣ୍ଟ୍ ଜୋନ ପାଇଁ ନିୟମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଦ୍ୱିତୀୟ ପର୍ୟ୍ୟାୟ ଲକଡାଉନ ପାଇଁ ଧାନ ବୁଣା, ଚାଷ, ତଳି ରୁଆ, ଫସଲ ଅମଳ ଆଦି କାର୍ୟ୍ୟକୁ ଚାଲୁ ରଖିବାକୁ ସରକାର ଅନୁମତି ଦେଇଛନ୍ତି ।
କୃଷି ଜାତ ଦ୍ରବ୍ୟ ପରିବହନ ଓ ବଂଟନ ପାଇଁ ଟ୍ରାକ୍ଟର ଓ ଟ୍ରକ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି । କୃଷି ଯନ୍ତ୍ରପାତି ବିକ୍ରି କରୁଥିବା ଦେକାନ ମଧ୍ୟ ଖୋଲିବାକୁ ଅନୁମତି ଦେଇଛନ୍ତି ସରକାର । ହେଲେ ରାଜଧାନୀ ଭୁବନେଶ୍ୱରର ଲୋକ କିନ୍ତୁ ଏଥିରୁ ବାଦ ପଡ଼ିବେ । ଭୁବନେଶ୍ୱରେ କୃଷିକାର୍ୟ୍ୟ ହେବନି କି କୌଣସି ବି ନିୟମ କୋହଳ ହେବ ନାହିଁ ।
BREAKING NEWS
- Sushila Tiriya: ପୂର୍ବତନ ସାଂସଦ ସୁଶୀଳା ତିରିଆଙ୍କ ପରଲୋକ
- Budget 2026: ଜନଜାତିଙ୍କ କଲ୍ୟାଣ ପାଇଁ ଏକ ପରିବର୍ତ୍ତନଶୀଳ ବଜେଟ୍…ଓଡ଼ିଶାକୁ ଲାଭବାନ କରିବ: ଜୁଏଲ ଓରାମ
- Builder: ବିଲଡର ସଂସ୍ଥା ମାଲିକ ଗିରଫ; ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ
- ଟି୨୦ ବିଶ୍ୱକପ: ଭାରତ ସହ ଖେଳିବନି ପାକିସ୍ତାନ
- ଦିଗହୀନ ବଜେଟ୍; କେନ୍ଦ୍ରୀୟ ବଜେଟ୍ ୨୦୨୬କୁ କଡ଼ା ସମାଲୋଚନା କଲେ ବିରୋଧୀ ନେତା…
- ଟି୨୦ରେ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର
- Violence in Balochistan: ବେଲୁଚିସ୍ତାନ ପ୍ରସଙ୍ଗରେ ପାକ୍ କୁ କଡ଼ା ଜବାବ ଦେଲା ଭାରତ; ଆଭ୍ୟନ୍ତରୀଣ ବିଫଳତାରୁ ଧ୍ୟାନ ହଟାଇବାର ପ୍ରୟାସ
- ପ୍ରଫେସର ଶିବବ୍ରତ ଦାସ ବିଶ୍ୱଭାରତୀ ସଂସଦର ସଦସ୍ୟ ମନୋନୀତ
- ନର୍ସରୀ ରାଇମ୍ ମାଧ୍ୟମରେ ୨୦୨୬ ବଜେଟକୁ କଟାକ୍ଷ କଲେ ମମତା
- ଜୋକୋଭିଚଙ୍କୁ ହରାଇ ଅଷ୍ଟ୍ରେଲିଆନ ଓପନ ଟେନିସ ଟାଇଟଲ ହାସଲ କଲେ ଆଲକାରଜ
Comments are closed.