Latest Odisha News

BREAKING NEWS

ଭାରତ ବିନା ବିଶ୍ୱର ପ୍ରମୁଖ ସମସ୍ୟାର ସମାଧାନ ହୋଇପାରିବନି: ଜର୍ମାନୀ ମନ୍ତ୍ରୀ

ନୂଆଦିଲ୍ଲୀ: ବିଶ୍ୱର ଯେକୌଣସି ସମସ୍ୟା ଆସୁ ଯଦି ଭାରତର ସହଯୋଗ ନାହିଁ ତାହେଲେ ଏହି ସମସ୍ୟାର ସମାଧାନ ହୋଇପାରିବନି । ଜର୍ମାନୀର ବୈଦେଶିକ କାର୍ଯ୍ୟାଳୟର ସଟିବ ଡକ୍ଟର ଟୋବିୟାସ ଲିଣ୍ଡନର୍ ଏହା କହିଛନ୍ତି। ଭାରତ ସହିତ ଜର୍ମାନୀ ଗୋଟିଏ ପ୍ରମୁଖ ଅଂଶୀଦାର । ଭାରତ ସହିତ ବିଭିନ୍ନ କ୍ଷେତ୍ରରେ ସାମିଲ ହୋଇ ଜର୍ମାନୀ ଆଗକୁ ବଢିବାକୁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି।

ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ ଟେକ୍ନୋଲୋଜି, ଶିକ୍ଷା, ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଭାରତ ଏବଂ ଜର୍ମାନୀ ସହଯୋଗ ବୃଦ୍ଧି କରିବେ।ଆମେ ଭାରତ ସହିତ ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ନିରାପତ୍ତା ଏବଂ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ସହଯୋଗ କରିବାକୁ ଚାହୁଁଛୁ। ଭାରତ ବିନା କୌଣସି ପ୍ରମୁଖ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ଭାରତ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ। ଜର୍ମାନୀ ଭାରତ ସହ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଅପେକ୍ଷା କରିଛି ବୋଲି ଲିଣ୍ଡର କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜର୍ମାନୀ ଗସ୍ତର କିଛି ଦିନ ପୂର୍ବରୁ ଜର୍ମାନୀ ନେତା ଏପରି ମନ୍ତବ୍ୟ ରଖିଛନ୍ତି। ଜର୍ମାନୀ ବ୍ୟତୀତ ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ମେ 2 ରୁ 4 ପର୍ଯ୍ୟନ୍ତ ତାଙ୍କର ପ୍ରଥମ ବୈଦେଶିକ ଗସ୍ତ ସମୟରେ ଡେନମାର୍କ ଏବଂ ଫ୍ରାନ୍ସ ଗସ୍ତ କରିବେ।

Comments are closed.