Latest Odisha News

BREAKING NEWS

ଅଫିସ ଭିତରେ ଆଉ ଚଳିବନି ‘ଭାଇ’ ଡ଼ାକ; ଡ଼ାକିଲେ ନିଆଯିବ ଦୃଢ କାର୍ଯାନୁଷ୍ଠାନ !

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସରକାରୀ କାର୍ଯ୍ୟାଳୟମାନଙ୍କରେ ପୂର୍ବରୁ ଚଳୁଥିବା ‘ଭାଇ’ ଡ଼ାକର ଆଉ ଶୁଣିବାକୁ ମିଳିବନି । ଯଦି କେହି ଡ୍ୟୁଟି କରୁଥିବା ବେଳେ ଅନ୍ୟ ଜଣେ କର୍ମଚାରୀଙ୍କୁ ଭାଇ ବୋଲି ସମ୍ବୋଧନ କରିଦିଏ ତେବେ ତାଙ୍କ ଉପରେ ନିଆଯାଇପାରେ ଦୃଢ କାର୍ଯ୍ୟାନୁଷ୍ଠାନ । ଏମିତି ଏକ ସରକାରୀ ନିର୍ଦ୍ଦେଶନାମାର ବିଜ୍ଞପ୍ତି ପ୍ରକାଶିତ ହୋଇଛି ।

ଓଡ଼ିଶା ସରକାରଙ୍କ ପଶୁସମ୍ପଦ ବିଭାଗ ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ପଶୁସମ୍ପଦ ବିଭାଗର ନିର୍ଦ୍ଦେଶକ ଏସମ୍ପର୍କୀତ ଏକ ଚିଠି ବିଭାଗୀୟ ସମସ୍ତ ଯୁଗ୍ମ ନିର୍ଦ୍ଦେଶକ, ମୁଖ୍ୟ ପଶୁଚିକିତ୍ସା ଅଧିକାରୀ, ସ୍ୱତନ୍ତ୍ର ସଚିବଙ୍କୁ ପ୍ରଦାନ କରିଛନ୍ତି । ଏପରିକି ସମସ୍ତ କନିଷ୍ଠ କର୍ମଚାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶନାମା ଜାରି କରିବା ସହିତ ଏହା ଅବମାନନା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଥିରେ ଉଲ୍ଲେଖ ରହିଛି ।

ଏହି ନିର୍ଦ୍ଦେଶନାମା ଶନିବାର ଦିନ ପ୍ରକାଶ ପାଇଛି । ବିଭାଗୀୟ ନିର୍ଦ୍ଦେଶକ ରତ୍ନାକର ରାଉତ ଏହି ନିର୍ଦ୍ଦେଶନାମାକୁ ସମସ୍ତ ଉପରିସ୍ତ ଅଧିକାରୀମାନଙ୍କୁ ଦେବା ସହିତ ଏହି ଚିଠି ସମସ୍ତ କନିଷ୍ଠ କର୍ମଚାରୀଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି ।

“ଏହି ବିଭାଗରେ କନିଷ୍ଠ କର୍ମଚାରୀମାନେ ମଧ୍ୟ ଯୁଗ୍ମ ସଚିବ, ଏସଡ଼ିଭିଓ, ସିଡ଼ିଭିଓ ତଥା କ୍ଲାସ ୱାନ ଅଧିକାରୀମାନଙ୍କୁ ଅଫିସ ମଧ୍ୟରେ ଏପରିକି ଡ୍ୟୁଟି ବେଳେ ଭାଇ ବୋଲି ସମ୍ବୋଧନ କରୁଛନ୍ତି । ଏପରି ଉଚ୍ଚାରଣ ଅଫିସ ମଧ୍ୟରେ କରିବା ଠିକ୍ ନୁହେଁ । ଏହା କାର୍ଯ୍ୟାଳୟ ଓ କର୍ମଚାରୀ ଆଚରଣ ବିଧି ୧୯୫୯ ସଂହିତାର ଉଲଂଘନ କରୁଛି । ତେବେ ଏହିପରି ଭାଇ ସମ୍ବୋଧନ ଡ୍ୟୁଟି ବେଳେ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ,” ବୋଲି କହିହିଛନ୍ତି ଶ୍ରୀ ରାଉତ ।

Leave A Reply

Your email address will not be published.