Latest Odisha News

ରାଜ୍ୟରେ ୬୮୧୭ ଜଣ ସରକାରୀ କର୍ମଚାରୀଙ୍କ ନାଁରେ ରହିଛି ଭିଜିଲାନ୍ସ ମାମଲା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଧରିବାକୁ ଭିଜିଲାନ୍ସ ଚେଷ୍ଟା ଜାରି ରଖିଥିବା ବେଳେ, ଏଯାଏଁ ଲାଞ୍ଚ ନେଇ ଧରାପଡ଼ିବା ଓ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ୬୮୧୭ଜଣ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ମାମଲା ରୁଜ୍ଜୁ ହୋଇଥିବା ସୋମବାର ଦିନ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ରାଜ୍ୟ ସରକାର ମଧ୍ୟ ଏଥିପ୍ରତି ତତ୍ପର ଅଛନ୍ତି । ଏହି ଭିଜିଲାନ୍ସ ସ୍କାନରରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି କିରାଣୀ ଓ ପିଅନ ଯାଏଁ ଅନେକ ସରକାରୀ କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ତେବେ ଭିଜିଲାନ୍ସ ଟ୍ରାପରେ କ୍ଲାସ ୱାନ ଅଫିସର ମଧ୍ୟ ଅନେକ ରହଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ଭିଜିଲାନସ ଜାଲରେ ପଡ଼ିଥିବା ସରକାରୀ କର୍ମଚାରୀମାନଙ୍କ ମାମଲାର ଶୀଘ୍ର ଫଇସଲା ଲାଗି ନିୟମିତଭାବେ ଭିଜିଲାନସ ଏସପିମାନେ ଭିଜିଲାନସ କୋର୍ଟର ଜଜମାନଙ୍କ ସହ ଯୋଗାଯୋଗ ରକ୍ଷା କରୁଛନ୍ତି ବୋଲି ସେ କହିଛନ୍ତି ।

ରାଜ୍ୟରେ ସରକାରୀ କର୍ମଚାରୀଙ୍କ ନାଁରେ ଥିବା ଭିଜିଲାନ୍ସ ମାମଲାକୁ ନେଇ ବିଧାୟକ ସୁଧିର ସାମଲଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ତର ଦେଇ କହିଛନ୍ତି ଯେ ୨୦୧୯ ସେପ୍ଟେମ୍ବର ୩୦ ସୁଦ୍ଧା ୮୯୫ ଜଣ ପ୍ରଥମ ଶ୍ରେଣୀ ସରକାରୀ ଅଧିକାରୀଙ୍କ ନାଁରେ ଭିଜିଲାନ୍ସ ମାମଲା ରହିଛି । ଠିକ୍ ସେହିପରି ୭୯୮ ଦ୍ୱିତୀୟ ଶ୍ରେଣୀ କର୍ମଚାରୀ, ୩୫୩୫ଜଣ ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ନାଁରେ ଭିଜିଲାନ୍ସ ମାମଲା ରହିଛି । ୧୯୩ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ୧୩୯୬ଜଣ ଅନ୍ୟାନ୍ୟ କର୍ମଚାରୀଙ୍କ ନାଁରେ ଭିଜିଲାନ୍ସ ମାମଲା ରହିଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.