Latest Odisha News

କୋହଳ ହେଲା କଟକଣା, ୨୧ରୁ କୋଭିଡ ନେଗେଟିଭ ରିପୋର୍ଟ ଜରୁରୀ ନୁହେଁ

ପୁରୀ: ଶ୍ରୀମନ୍ଦିର ଦର୍ଶନ ପାଇଁ ହଟିଲା କୋଭିଡ ନେଗେଟିଭ ସାର୍ଟିଫିକେଟ କଟକଣା। ଆସନ୍ତା ୨୧ ତାରିଖରୁ ଭକ୍ତ ମାନେ ଏହାକୁ ଦେଖାଇବା ଜରୁରୀ ନୁହେଁ।

ପ୍ରଶାସନର ସୂଚନା ଅନୁଯାୟୀ ବୃଦ୍ଧ ବୃଦ୍ଧାଙ୍କ ପାଇଁ ସ୍ବତନ୍ତ୍ର ଲାଇନ ବ୍ୟବସ୍ଥା ହେବ ସହ ୩୦ ହଜାର ଭକ୍ତଙ୍କ ଦର୍ଶନ ପାଇଁ ସୁବିଧା କରାଯିବ। ଏପରିକି ପୁରୀ ବାସୀଙ୍କ ପାଇଁ ସକାଳ ୬ ରୁ ୭ଟା ମଧ୍ୟରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ସହ ସର୍ବସାଧାରଣଙ୍କ ପାଇଁ ୮ଟାରେ ହେବାକୁ ଥିବା ଦର୍ଶନ ୭ଟାରୁ କରାଯିବ।

ଏନେଇ ରବିବାର ଦିନ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ନିଷ୍ପତି ନିଆଯାଇଛି।

Comments are closed.