Latest Odisha News

BREAKING NEWS

୧୦୦ତମ ଜନ୍ମଦିବସ ପାଳନ କଲେ କୁଇନ ଅଫ ଜିମ୍ନାଷ୍ଟିକ

ବୁଡାପେଷ୍ଟ: କୁଇନ ଅଫ ଜିମ୍ନାଷ୍ଟିକ ଭାବେ ପରିଚିତ ହଙ୍ଗେରୀର ଏଗ୍ନେସ କେଲେଟି ୧୦୦ତମ ଜନ୍ମଦିବସ ପାଳନ କରିଛନ୍ତି । ୧୯୨୧ରେ ଜନ୍ମିତ କେଲେଟି ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁ ବାତିଲ ହୋଇଥିବା ୧୯୪୦ ଓ ୧୯୪୪ ଅଲିମ୍ପିକ୍ସରେ ଅଂଶଗ୍ରହଣ କରି ନ ଥିଲେ । ୩୧ ବର୍ଷ ବୟସରେ ୧୯୫୨ ହେଲସିଙ୍ଗ ଅଲିମ୍ପିକ୍ସରେ ସେ ଅଂଶଗ୍ରହଣ କରିଥିଲେ ।

ବୟସ୍କ ଜିମ୍ନାଷ୍ଟ ଭାବେ ୩୫ ବର୍ଷ ବୟସରେ ସେ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ସେ ୟେହୁଦି ହୋଇଥିବାରୁ ୧୯୪୧ରେ ହଙ୍ଗେରୀରେ ଲୁଚି କରି ରହିଥିଲେ । ୧୯୫୨ ଓ ୧୯୫୬ ଅଲିମ୍ପିକ୍ସରେ ସେ ଚମତ୍କାର ପ୍ରଦର୍ଶନ କରିଥିଲେ । ତାଙ୍କୁ ଜିମ୍ନାଷ୍ଟିକ ହଲ ଅଫ ଫେମରେ ସ୍ଥାନ ମିଳିଛି ।

Leave A Reply

Your email address will not be published.