Latest Odisha News

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପଶ୍ଚିମବଙ୍ଗରେ ରିଲିଜ୍ ହେଉନାହିିଁ ‘ଦ କେରଲା ଷ୍ଟୋରି’

ମୁମ୍ବାଇ: ଫିଲ୍ମ ‘ଦ କେରଲା ଷ୍ଟୋରି’ର ଟ୍ରେଲର ରିଲିଜ୍ ପରଠାରୁ ଦେଖାଦେଇଥିବା ବିବାଦ ପିଛା ଛାଡ଼ୁନି । ଏହି ଫିଲ୍ମ ବିରୋଧସତ୍ତ୍ୱେ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି । ପଶ୍ଚିମବଙ୍ଗରେ ଏହି ଫିଲ୍ମ ରିଲିଜ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ହେଲେ ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ ମଧ୍ୟ ଏହି ବିବାଦୀୟ ଫିଲ୍ମକୁ ସ୍କ୍ରିନିଂ କରିବାକୁ କୌଣସି ସିନେମା ହଲ ମାଲିକ ରାଜି ହେଉନାହାନ୍ତି ।

ପଶ୍ଚିମବଙ୍ଗ ଚଳଚ୍ଚିତ୍ରର ବିତରକ ସତ୍ୟଦୀ ଶାହା ଏକ ସାକ୍ଷାତକାରରେ କହିଛନ୍ତି ଯେ, ନିକଟରେ ସାମ୍ପ୍ରଦାୟିକ ଅଶାନ୍ତି ଭୟରେ ରାଜ୍ୟ ସରକାର ଫିଲ୍ମ ‘ଦ କେରଲା ଷ୍ଟୋରି’ ରିଲିଜ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏବେ ରିଲିଜ୍ ହେବାକୁ ସୁପ୍ରିମକୋର୍ଟ ଅନୁମତି ଦେଇ ସାରିଛନ୍ତି । ତଥାପି ରାଜ୍ୟରେ କୌଣସି ସିଙ୍ଗଲ ସ୍କ୍ରିନ ଏବଂ ମଲ୍ଟିପ୍ଲେକ୍ସ ଏହି ଫିଲ୍ମ ରିଲିଜ୍ କରିବାକୁ ଆଗକୁ ଆସୁନାହାନ୍ତି । ଏନେଇ ଆମେ ହଲ ମାଲିକ ଏବଂ ମଲ୍ଟିପ୍ଲେକ୍ସ ଅଧିକାରୀଙ୍କ ସହ ଆଲେଚନା ମଧ୍ୟ କରିଛୁ । ଏବେ ଫିଲ୍ମ ଦେଖାଇବାରେ କୌଣସି ପ୍ରତିବନ୍ଧକ ନାହିଁ ଜାଣିବା ସତ୍ତ୍ୱେ ହଲମାଲିକମାନେ ଏହାକୁ ରିଲିଜ କରିବାକୁ ରାଜି ହେଉନାହାନ୍ତି । ସେହିପରି ଆଇନକ୍ସ ଆଞ୍ଚଳିକ ମୁଖ୍ୟ ଅମିତାଭ ଗୁହା ଠାକୁର୍ତ୍ତା କହିଛନ୍ତି, ଆମେ ରାଜ୍ୟ ସରକାରଙ୍କ ଏକ ଆନୁଷ୍ଠାନିକ ନିର୍ଦ୍ଦେଶକୁ ଅପେକ୍ଷା କରିଛୁ ।

Leave A Reply

Your email address will not be published.