Latest Odisha News

BREAKING NEWS

ବିଜେପିର ୨୦୨୪ ପ୍ଲାନ୍, ‘ବିଜେଡି ମୁକ୍ତ ଓଡ଼ିଶା’

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ବିଜେପି ‘ବିଜେଡି ମୁକ୍ତ ଓଡ଼ିଶା’ ଗଠନ ପାଇଁ ଲକ୍ଷ୍ୟ ରଖିଛି । ଆଜି ବସିଥିବା ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ୨୦୦୦ ମସିହାରୁ କ୍ଷମତାରେ ଥିବା ବିଜେଡି ଠାରୁ ଓଡ଼ିଶାକୁ ମୁକ୍ତ କରିବା ଲକ୍ଷ୍ୟ ରହିଛି ।

ଲେଖାଶ୍ରୀ କହିଛନ୍ତି, ଗରିବ ଲୋକଙ୍କ ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କରିଛନ୍ତି । କିନ୍ତୁ କେନ୍ଦ୍ର ସରକାରଙ୍କ ସବୁ ମହତ୍ୱକାଂକ୍ଷୀ ଯୋଜନା ଓଡ଼଼ିଶାର ଲୋକଙ୍କ ପାଖରେ ପହଞ୍ଚି ପାରୁନି । ଏହାର ମୂଳ କାରଣ ଓଡ଼ିଶାର ଅପାରଗ ଓ ଦୁର୍ନୀତିଗ୍ରସ୍ତ ସରକାର ।

ଗତ ୨୩ ବର୍ଷ ହେଲା ସରକାର ଥିବା ବେଳେ ଜଣେ ମୁଖ୍ୟମନ୍ତ୍ରୀ ଅଛନ୍ତି । ସରକାର ସବୁବେଳେ ମହିଳାଙ୍କର ବୋଲି କହୁଥିବା ବେଳେ ମହିଳା ଅବହେଳିତ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି । ଦିନ ଦ୍ୱିପ୍ରହରରେ ମନ୍ତ୍ରୀଙ୍କୁ ହତ୍ୟା କରାଗଲା । ହତ୍ୟାକୁ ୪ ମାସ ବିତିଥିବା ବେଳେ ଗୁମର ଜଣାପଡ଼ୁନି ।

ରାଷ୍ଟ୍ରପତି ବିଶ୍ୱବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗ ଦେବା ବେଳେ ବିଦ୍ୟୁତ୍ କଟି ଯାଉଛି । ରାଷ୍ଟ୍ରପତିଙ୍କ ସୁରକ୍ଷା ସହ ଏହା ଖେଳ ଭଳି । ଏସବୁ ପ୍ରସଙ୍ଗରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ଆଲୋଚନା ହୋଇଥିବା କହିଛନ୍ତି ଲେଖାଶ୍ରୀ । ଶାସନ ଦାୟିତ୍ୱରେ ଥିବା ନେତା, ମନ୍ତ୍ରୀ ଭାବୁଛନ୍ତି କ୍ଷମତା ମିଳିଲେ ସେମାନେ ଅସଦାଚରଣର ଲାଇସେନ୍ସ ପାଇଗଲେ ।

ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାର ବ୍ୟାକଫୁଟରେ ଅଛନ୍ତି । କିନ୍ତୁ ଯେତେବେଳେ ଜଣାପଡ଼ିଲା ମହାନଦୀ ଜଳ ସଂରକ୍ଷଣ ନେଇ ରାଜ୍ୟ ସରକାର ନିଜେ ପଦକ୍ଷେପ ନେଇ ନଥିବା ଜଣାପଡ଼ିଥିଲା । ଏଥିରୁ ଜଣାପଡ଼ୁଛି ସରକାରଙ୍କ ଦୂର ଦୃଷ୍ଟି ନାହିଁ । ୨୩ ବର୍ଷ ଶାସନରେ ରହିବା ପରେ ଅହଙ୍କାର ବଢ଼ି ଯାଇଛି ।

ରତ୍ନଭଣ୍ଡାର ଚାବି ହଜି ଯାଉଥିବା ବେଳେ ମହାପ୍ରଭୁଙ୍କ ନୀତିକାନ୍ତି ବିଳମ୍ବ ହେଉଛି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଫାଇଲ୍ ହଜି ଯାଉଛି । ସରକାରରେ ଉତ୍ତର ଦେବାକୁ କେହି ନାହାନ୍ତି । ରାଜ୍ୟରେ କୁପୋଷଣ ବଢ଼ିଛି । 5ଟି ନାଁରେ କେବଳ ସ୍କୁଲ୍ ବିଲ୍ଡିଂରେ ରଙ୍ଗ ବୋଳା ଯାଉଛି । ବିଦ୍ୟାଳୟ ବନ୍ଦ ହେଉଥିବା ବେଳେ ଶିକ୍ଷକ ନାହାନ୍ତି କହି ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ।

Leave A Reply

Your email address will not be published.