ଭୁବନେଶ୍ୱର: ସଂସଦରେ ନାଗରିକତା (ସଂଶୋଧନ) ବିଲ ଗୃହୀତ ହୋଇ ରାଷ୍ଟ୍ରପତିଙ୍କ ମଂଜୁରୀ ପାଇବା ପରେ ଏବେ ଆଇନରେ ପରିଣତ ହୋଇଛି । ଏହାକୁ ନେଇ ସାରାଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏନେଇ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।
ନାଗରିକତା ସଂଶୋଧନ ଆଇନ ଦ୍ଵାରା ଭାରତର ନାଗରିକମାନେ ପ୍ରଭାବିତ ହେବାର କୌଣସି ଆଶଙ୍କା ନାହିଁ। @bjd_odisha ଏନଆରସି (NRC) କୁ ସମର୍ଥନ କରୁନଥିବା ରାଜ୍ୟସଭା ଓ ଲୋକସଭାରେ ସ୍ପଷ୍ଟ କରିଛି। କୌଣସି ପ୍ରକାର ଅପପ୍ରଚାର କିମ୍ବା ଗୁଜବରେ ବିଶ୍ଵାସ ନ କରି ଶାନ୍ତି ବଜାୟ ରଖିବାକୁ ମୁଁ ସମସ୍ତ ଜନସାଧାରଣଙ୍କୁ ଆହ୍ଵାନ କରୁଛି। pic.twitter.com/XVLw9jLAM1
— Naveen Patnaik (@Naveen_Odisha) December 18, 2019
ନବୀନ କହିଛନ୍ତି ଯେ, ଏହି ଆଇନ ଦ୍ୱାରା ଦେଶର କୌଣସି ନାଗରିକ ପ୍ରଭାବିତ ହେବେ ନାହିଁ । ଏହା କେବଳ ବିଦେଶୀ ନାଗରିକଙ୍କ ପାଇଁ ପ୍ରଯୁଜ୍ୟ । ଏଣୁ ଗୁଜବରେ ବିଶ୍ୱାସ ନକରି ଶାନ୍ତି ବଜାୟ ରଖିବାକୁ ନବୀନ ରାଜ୍ୟ ତଥା ଦେଶବାସୀଙ୍କୁ ନିବେଦନ କରିଛନ୍ତି ।
ତେବେ ଜାତୀୟ ଜନସଂଖ୍ୟା ପଂଜୀକରଣ (ଏନଆରସି)କୁ ସଂସଦରେ ବିଜୁଜନତା ଦଳର ସାଂସଦ ସମର୍ଥନ କରିନଥିବା ବେଳେ ଦଳର ମୁଖୁଆ ନବୀନ ପଟ୍ଟନାୟକ ମଧ୍ୟ ଏହାକୁ ସମର୍ଥନ କରନ୍ତିନାହିଁ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, ନାଗରିକ ସଂଶୋଧନ ଆଇନରେ ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ ।
Comments are closed.