Latest Odisha News

BREAKING NEWS

ଇସ୍ରୋର ଚନ୍ଦ୍ରଯାନ-୩ ମିଶନ ପାଇଁ ନୂଆ ପ୍ରୋଜେକ୍ଟ ଡାଇରେକ୍ଟର ରିତୁ କରିଧାଲ

  1. ନୂୂଆଦିିିିିଲ୍ଲୀ: ଆଚନ୍ଦ୍ରଯାନ ମିଶନ -୨ ପ୍ରୋଜେକ୍ଟ ଡାଇରେକକ୍ଟର ଥିବା ଏମ ବନିତା ଏବେ ଆଉ ଚନ୍ଦ୍ରଯାନ ମିଶନ -୩ ପ୍ରୋଜେକ୍ଟ ର ଟିମ ରେ ନାହାଁନ୍ତି | ଚନ୍ଦ୍ରଯାନ ମିଶନ -୨ ର ଟିମ ଲିଡ଼ କରୁଥିବା ରିତୁ କରିଧାଲ ଙ୍କୁ ନୂଆ ପ୍ରୋଜେକ୍ଟ ଡାଇରେକକ୍ଟର ଭାବେ ଆଗାମୀ ଚନ୍ଦ୍ରଯାନ ମିଶନ -୩ ପାଇଁ ଦାଇତ୍ୱ ଦିଆଯାଇଛି | ଏମ ବନିତା କୁ ଏବେ ବିର ମୁଥୁୱେଲ ସ୍ଥାନରେ ଇସ୍ରୋ ରେ ଦାଇତ୍ୱ ଦିଆଯାଇଛି | ସୂଚନାଯୋଗ୍ୟ ଯେ ଏମ ବନିତା କୁ ଚନ୍ଦ୍ରଯାନ ମିଶନ -୨ ର ସମସ୍ତ ସିଷ୍ଟମ ଦାଇତ୍ୱ ଦିଆଯାଇଥିଲା |

ନିକଟରେ ସାତ ସେପ୍ଟେମ୍ବର ରେ ଚନ୍ଦ୍ରଯାନ-୨ ସହ ପଠାଯାଇଥିବା ଲ୍ୟାଣ୍ଡର ବିକ୍ରମ ର ସଫଳ ଲ୍ୟାଣ୍ଡିଙ୍ଗ ହୋଇପାରିନଥିଲା | ଯାହାଦ୍ୱାରା ମିଶନ ସଫଳ ହୋଇପାରିନଥିଲା | ଚନ୍ଦ୍ରଯାନ-୨ ରେ ରିତୁ କରିଧାଲ କୁ ମିଶନ ଡ଼ାଇରେକ୍ଟର ଓ ଏମ ବନିତା କୁ ପ୍ରୋଜେକ୍ଟ ଡ଼ାଇରେକ୍ଟର ଭାବେ ନିଯୁକ୍ତ କରିବା ପରେ ଇସ୍ରୋ କୁ ଖୁବ ପ୍ରଶଂସା ମିଳିଥିଲା | ଜାତୀୟଗଣମାଧ୍ୟମ ସୂଚନା ଅନୁସାରେ ଏହି ବଦଳି ଆଦେଶ ୨୮ ନଭେମ୍ବର କୁ ପଠାଯାଇଛି | ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଉତ୍କୃଷ୍ଟ ବୈଜ୍ଞାନିକ ଓ ବର୍ତ୍ତମାନ ର ଚନ୍ଦ୍ରଯାନ ର ପ୍ରୋଜେକ୍ଟ ଡ଼ାଇରେକ୍ଟର ଏମ ବନିତା କୁ ଡେପୁଟି ଡ଼ାଇରେକ୍ଟର ରୂପେ ପେଲୋଡ଼, ଡାଟା ମ୍ୟାନେଜମେଣ୍ଟ ଓ ଅନ୍ତରୀକ୍ଷ ଖଗୋଳ ବିଜ୍ଞାନ (ପିଡିଏମଏସଏ) ରୂପେ ନାମିତ କରାଯାଇଛି | ରିପୋର୍ଟ ଆହୁରି ମଧ୍ୟ କୁହାଯାଇଛି ଯେ ବୈଜ୍ଞାନିକ/ଇଂଜିନିଅର ପି ବିର ମୁଥୁୱେଲ କୁ ଇସ୍ରୋ ମୁଖ୍ୟ କାର୍ଯ୍ୟାଳୟ ରୁ ବଦଳି କରାଯାଇଛି | ସେ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଟିମ ର ମୁଖ୍ୟ ରହିବେ ,ସବୁ ଡେ଼ପୁଟି ଡ଼ାଇରେକ୍ଟର ଏହାର ସଦସ୍ୟ ଅଛନ୍ତି | ଉଲ୍ଲେଖଯୋଗ୍ୟ ଯେ ଇସ୍ରୋ ୨୯ ଡେ଼ପୁଟି ଡ଼ାଇରେକ୍ଟର ନିଯୁକ୍ତ କରିଛି ବିଭିନ୍ନ ବିଭାଗ ର ସୁପରିଚାଳନା କରିବା ପାଇଁ ଦାଇତ୍ୱ ରେ ରହିବେ | ଏହାଜ ସଦସ୍ୟ ଲ୍ୟାଣ୍ଡର ଓ ରୋବର ପାଇଁ ମଧ୍ୟ ଦାଇତ୍ୱ ନେବେ |

Leave A Reply

Your email address will not be published.