Latest Odisha News

BREAKING NEWS

ନାଗରିକ ସଂଶୋଧନ ଆଇନକୁ ନେଇ ଜନସାଧାରଣ ଭୟଭୀତ ହୁଅନ୍ତୁ ନାହିଁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସଂସଦରେ ନାଗରିକତା (ସଂଶୋଧନ) ବିଲ ଗୃହୀତ ହୋଇ ରାଷ୍ଟ୍ରପତିଙ୍କ ମଂଜୁରୀ ପାଇବା ପରେ ଏବେ ଆଇନରେ ପରିଣତ ହୋଇଛି । ଏହାକୁ ନେଇ ସାରାଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏନେଇ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ନବୀନ କହିଛନ୍ତି ଯେ, ଏହି ଆଇନ ଦ୍ୱାରା ଦେଶର କୌଣସି ନାଗରିକ ପ୍ରଭାବିତ ହେବେ ନାହିଁ । ଏହା କେବଳ ବିଦେଶୀ ନାଗରିକଙ୍କ ପାଇଁ ପ୍ରଯୁଜ୍ୟ । ଏଣୁ ଗୁଜବରେ ବିଶ୍ୱାସ ନକରି ଶାନ୍ତି ବଜାୟ ରଖିବାକୁ ନବୀନ ରାଜ୍ୟ ତଥା ଦେଶବାସୀଙ୍କୁ ନିବେଦନ କରିଛନ୍ତି ।

ତେବେ ଜାତୀୟ ଜନସଂଖ୍ୟା ପଂଜୀକରଣ (ଏନଆରସି)କୁ ସଂସଦରେ ବିଜୁଜନତା ଦଳର ସାଂସଦ ସମର୍ଥନ କରିନଥିବା ବେଳେ ଦଳର ମୁଖୁଆ ନବୀନ ପଟ୍ଟନାୟକ ମଧ୍ୟ ଏହାକୁ ସମର୍ଥନ କରନ୍ତିନାହିଁ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ନାଗରିକ ସଂଶୋଧନ ଆଇନରେ ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ ।

Leave A Reply

Your email address will not be published.