Latest Odisha News

BREAKING NEWS

ସାରା ଦେଶରେ ଇନ୍ଧନ,ଏଲପିଜିର କୌଣସି ଅଭାବ ନାହିଁ, ଆତଙ୍କିତ ହୋଇ କିଣନ୍ତୁ ନାହିଁ: ଇଣ୍ଡିଆନ ଅଏଲ

ନୂଆଦିଲ୍ଲୀ: ପାକିସ୍ତାନ -ଭାରତ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ନାଗରିକଙ୍କ ବଢ଼ୁଥିବା ଡର, ଚିନ୍ତାକୁ ଦୃଷ୍ଟିରେ ରଖି, ଇଣ୍ଡିଆନ୍ ଅଏଲ୍ ଏକ ସାର୍ବଜନୀନ ବିବୃତ୍ତି ଜାରି କରି ସ୍ପଷ୍ଟ କରିଛି ଯେ ଦେଶରେ ଇନ୍ଧନ (ପେଟ୍ରୋଲ୍, ଡିଜେଲ) ଏବଂ ରନ୍ଧନ ଗ୍ୟାସ୍ (ଏଲପିଜି)ର କୌଣସି ଅଭାବ ନାହିଁ।

ଇଣ୍ଡିଆନ ଅଏଲ ଜନସାଧାରଣଙ୍କୁ ପ୍ରଚୁର ପରିମାଣର ଇନ୍ଧନ ଷ୍ଟକ୍ ବିଷୟରେ ଆଶ୍ୱାସନା ଦେଇଛି । ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ଶୁକ୍ରବାର ଜନସାଧାରଣଙ୍କୁ ଆଶ୍ୱାସନା ଦେଇଛି ଯେ ସାରା ଦେଶରେ ଇନ୍ଧନ ଏବଂ ଏଲପିଜି ଯୋଗାଣ ସୁଗମରେ ଚାଲିଛି ।

ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ କହିଛି, “ଦେଶସାରା ଇଣ୍ଡିଆନ ଅଏଲର ପ୍ରଚୁର ଇନ୍ଧନ ଷ୍ଟକ୍ ଅଛି ଏବଂ ଆମର ଯୋଗାଣ ଲାଇନଗୁଡ଼ିକ ସୁଗମ ଭାବରେ କାର୍ଯ୍ୟ କରୁଛି। ଆତଙ୍କିତ ହୋଇ କିଣିବାର କୌଣସି ଆବଶ୍ୟକତା ନାହିଁ – ଆମ ସମସ୍ତ ଆଉଟଲେଟରେ ଇନ୍ଧନ ଏବଂ ଏଲପିଜି ସହଜରେ ଉପଲବ୍ଧ।”

ଇଣ୍ଡିଆନ ଅଏଲ କର୍ପୋରେସନ ଏକ୍ସରେ ପୋଷ୍ଟ କରି ଲେଖିଛି ଯେ, ଅନାବଶ୍ୟକ ଭିଡ଼କୁ ଏଡାନ୍ତୁ । ଏହା ଦ୍ୱାରା ଆପଣଙ୍କୁ ଭଲ ଭାବରେ ସେବା ଯୋଗାଇବାରେ ଆମକୁ ସାହାଯ୍ୟ କରନ୍ତୁ। ଏହାଫଳରେ ଆମର ଯୋଗାଣ ଲାଇନ୍ କୁ ସୁଗମ ଭାବରେ ଚାଲୁ ରଖିବ ଏବଂ ସମସ୍ତଙ୍କୁ ନିରବଚ୍ଛିନ୍ନ ଇନ୍ଧନ ପହଞ୍ଚିବ ।

 

 

 

Comments are closed.