Latest Odisha News

ଏଚଏମପିଭି ଭୟ: ‘ଡରିବାର କିଛି ନାହିଁ , ରାଜ୍ୟରେ ସେଭଳି ସ୍ଥିତି ନାହିଁ’, କହିଲେ ମନ୍ତ୍ରୀ

ଭୁବନେଶ୍ବର: ସାରା ଦେଶକୁ ଏବେ ଘେରିଛି ନୂଆ ଭୂତାଣୁ ଏଚଏମପିଭିର ଭୟ । ପୁଣି କରୋନା ଭଳି କାହା ମେଲାଇବ ନାହିଁ ତ ଏଚଏମପିଭି ? ଆଉ ଦେଶରେ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଆଶଙ୍କା ଅଧିକ ସୃଷ୍ଟି କରିଥିବା ବେଳେ ରାଜ୍ୟରେ ଏହାକୁ ନେଇ ଲୋକସେବା ଭବନରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ଆଲୋଚନା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ଏହାକୁ ନେଇ ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ HMPV ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । କେହି ଭୟଭୀତ ହେବାର ନାହିଁ  । ଭାରତ ସରକାରଙ୍କ ଯାହା ଗାଇଡଲାଇନ୍‌ ଆସିବ ସେହି ହିସାବରେ ପାଳନ ହେବ । ଦେଶରେ ସେପରି ସ୍ଥିତି ନାହିଁ, ୩/୪ଟି ସ୍ଥାନରେ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ଦେଶ ତଥା ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗ ପୂରା ସଜାଗ ରହିଛି । ବିଭିନ୍ନ ହସ୍ବିଟାଲ ଏବଂ ସ୍ବାସ୍ଥ୍ୟ ବିଭାଗ ସହ ମୁଁ ନିଜେ ଆଲୋଚନା କରିଛି । ସମସ୍ତେ ସର୍ଭାଲାନ୍ସକୁ ଆହୁରି ଦୃଢ କରିବାକୁ ଆଲୋଚନା ହୋଇଛି । ତେଣୁ ଭୟଭୀତ ନହେବାକୁ ରାଜବାସୀଙ୍କୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ଅନ୍ୟପଟେ ବଢୁଥିବା ଏଚଏମପିଭି ଆଶଙ୍କାଙ୍କୁ ନେଇ ମଧ୍ୟ ଭୟଭୀତ ନହେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି, ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ସେ କହିଛନ୍ତି, ଭାରତରେ ଚିହ୍ନଟ ହୋଇଥିବା ମାମଲା ପୂର୍ବରୁ ମଧ୍ୟ ରହିଥିଲା । ଏହି ଭାଇରସର ଅସ୍ତିତ୍ବ ପୂର୍ବରୁ ହିଁ ଦେଶରେ ରହିଛି । ଯେଯେତୁ ଏବେ ଶୀତ ଦିନ ରହିଛି ତେ;ଣୁ ଏହାର ନମୁନା ଅଧିକ ଶକ୍ତିଶଳୀ ହୋଇଥିବା ବେଳେ ମାମଲାକୁ ସାର୍ଭଜନୀନ କରାଯାଇଛି । ଆଉ ସବୁଠୁ ବଡ କଥା ହେଉଛି ଆକ୍ରାନ୍ତଙ୍କ ମଧ୍ୟରେ କାହାର ବି ବାହାର ଟ୍ରାଭେଲ ହିଷ୍ଟ୍ରି ନାହିଁ । ଆଉ ଭାରତରେ ବର୍ତ୍ତମାନ ମଧ୍ୟ ସେଭଳି ସଂକ୍ରମଣର ସ୍ଥିତି ନାହିଁ । ଏନେଇ ଆଶଙ୍କା ଅଧିକ ହେଲେ ତା ପାଇଁ ପଦକ୍ଷେପ ନିଆଯିବ  । ଆଉ ଯେଉଁ ଯେଉଁ ରାଜ୍ୟରେ ଏଇ ଭାଇରସ ଚିହ୍ନ ହୋଇଛି, ସେଠି ଗାଇଡଲାଇନ ଜାରି ହୋଇଛି । ହେଲେ ଓଡିଶାରେ ସେଭଳି ସ୍ଥିତି ନାହିଁ । ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଏହା ଋତୁକାଳୀନ ଭାଇରସ । ଯାହା ଏତେ ସଂକ୍ରମିତ ନୁହେଁ । ତେଣୁ ଭୟଭୀତ ହୁଅନ୍ତୁ ନାହିଁ ।

Leave A Reply

Your email address will not be published.