ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାରେ ୧୦୨ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଥିଲା ବେଳେ ଏହି ସଂଖ୍ୟା ୯୭୮କୁ ବୃଦ୍ଧି ପାଇଛି।
ଉକ୍ତ ୧୦୨ ମାମଲା ଯାଜପୁର (୩୧), ଭଦ୍ରକ (୨୧), କେନ୍ଦ୍ରାପଡା (୮), କଟକ (୪), ଖୋର୍ଦ୍ଧା (୪), ପୁରୀ (୪), ଜଗତସିଂହପୁର (୨୩), ଅନୁଗୁଳ (୨), ବାଲେଶ୍ବର (୨), ସମ୍ବଲପୁର (୨) ଏବଂ ନୟାଗଡ଼ (୧)ରୁ ଚିହ୍ନଟ ହୋଇଛି।

ତେବେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ହଟସ୍ପଟ ବୋଲାଉଥିବା ଗଞ୍ଜାମରେ କୌଣସି ନୂଆ ମାମଲା ରେକର୍ଡ ହୋଇନି। ଏଠାରେ ୩୦୭ ଜଣ କରୋନା ପଜିଟିଭ ରହିଥିବା ବେଳେ ଅଧିକାଂଶ ବ୍ୟକ୍ତି କ୍ୱାରେନଣ୍ଟାଇନ କେନ୍ଦ୍ରରେ ଚିହ୍ନଟ ହୋଇଛନ୍ତି।
Comments are closed.