ଭୁବନେଶ୍ୱର: ଭୁବନେଶ୍ୱରର ଶୀତତାପ ନିୟନ୍ତ୍ରିତ ଚାମ୍ବରରେ ବସି ଲୋକଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରିବା ପରିବର୍ତ୍ତେ, ଗାଁ ଗହଳିରେ ରହୁଥିବା ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ଶୁଣିବା ଏବଂ ସମାଧାନ କରିବା ଭଲ ନୁହେଁ କି ? କାହିଁକି କିଛି ଲୋକ ଏଭଳି ପଦକ୍ଷେପ ଉପରେ କ୍ରୋଧିତ ଏବଂ ଈର୍ଷାନ୍ୱିତ ହେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ।
ଇପ୍ସିତା କହିଛନ୍ତି, ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଶାସନକୁ ସେମାନଙ୍କ ଦୁଆର ମୁହଁକୁ ନେବାକୁ ମୁଖ୍ୟମନ୍ତ୍ରୀ ବିଶ୍ୱାସ କରନ୍ତି, ତେଣୁ ମୁଖ୍ୟମନ୍ତ୍ରୀ ତାଙ୍କ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ପଠାଇଛନ୍ତି । ଏଭଳି ପଦକ୍ଷେପ ଯୋଗୁଁ ମାଲକାନଗିରି, ମୟୂରଭଞ୍ଜ, ସୁନ୍ଦରଗଡ଼, ନବରଙ୍ଗପୁର ଏବଂ ଅନ୍ୟାନ୍ୟ ଜିଲ୍ଲାର ହଜାର ହଜାର ଲୋକଙ୍କ ସମସ୍ୟାର ସମାଧାନ ହୋଇ ପାରିବ ।
ଶୀତତାପ ନିୟନ୍ତ୍ରିତ ଚାମ୍ବରରେ ବସି ଶାସନ କରିବାକୁ ଅଭ୍ୟସ୍ତ ଲୋକମାନେ ଏହି ଅଭିନବ ପଦକ୍ଷେପକୁ ବୁଝି ପାରିବେ ନାହିଁ ।ମାଲକାନଗିରିର ଲୋକମାନେ ଭୁବନେଶ୍ୱର ପର୍ଯ୍ୟନ୍ତ ଆସି ସେମାନଙ୍କ ଅଭିଯୋଗ ଜଣାଇବା ସମ୍ଭବ ନୁହେଁ । ଯେଉଁମାନେ ରାଜନୀତିରେ ନବାଗତ ଅଟନ୍ତି ଏବଂଲୋକଙ୍କକଲ୍ୟାଣ ପାଇଁ ପ୍ରତିବଦ୍ଧ ନୁହଁନ୍ତିସେମାନେ ଏହା ବୁଝିପାରିବେ ନାହିଁ ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକଙ୍କ ନିକଟକୁ ଯାଇ ସେମାନଙ୍କୁ ଭେଟିବା ଏବଂ ସେମାନଙ୍କ ସମସ୍ୟାକୁ ଶୁଣିବା ଏବଂ ସମାଧାନ କରିବାକୁ ପୃଥିବୀର କୌଣସି ଶକ୍ତି ଅଟକାଇ ପାରିବେ ନାହିଁ ବୋଲି ଶ୍ରୀମତୀ ସାହୁ କହିଛନ୍ତି ।
Comments are closed.