Latest Odisha News

BREAKING NEWS

ଭୁବନେଶ୍ୱରରେ ନାଇଟ୍ କର୍ଫ୍ୟୁ କିମ୍ବା ସଟଡାଉନ୍ ହେବ କି ? ଏକଥା କହିଲେ ବିଏମସି କମିଶନର

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଏବେ ଦୈନିକ ସଂକ୍ରମଣ ବଢୁଛି । ସେଥିରୁ ଅଧିକାଂଶ ସଂକ୍ରମିତ ଭୁବନେଶ୍ୱରରୁ ଚିହ୍ନଟ ହେଉଛନ୍ତି । ପ୍ରତିଦିନ ଶହେରୁ ଅଧିକ ପଜିଟିଭ୍ ବିଏମସି ଅଞ୍ଚଳରୁ ଚିହ୍ନଟ ହେଉଛନ୍ତି । ଏଭଳି ସ୍ଥିତିରେ ଏବେ ନାଇଟ କର୍ଫ୍ୟୁ, ସଟଡାଉନ୍ କି ଲଡଡାଉନ୍ କଥା ଚିନ୍ତା କରାଯାଇ ନାହିଁ । ଏବେ ସେଭଳି ଯୋଜନା ନଥିବା କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ସେ କହିଛନ୍ତି, ଏନ୍‌ଫୋର୍ସମେଣ୍ଟ, ମାଇକ୍ରୋ କଣ୍ଟେନମେଣ୍ଟ ଓ ସଚେତନତା ଉପରେ ଗୁରୁତ୍ୱ ଦିଆଯାଉଛି ।

ବିଏମସି କମିଶନର କହିଛନ୍ତି, କୋଭିଡ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି । ମୁକାବିଲା ନେଇ ସଜାଗ ରହିଛି ପ୍ରଶାସନ । ଶିକ୍ଷାନୁଷ୍ଠାନରେ ବଢୁଛି ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଆବାସିକ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକୁ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି ।

ସେହିପରି ସରକାରୀ ଅଫିସରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲାଗିଛି । ବିଏମସି ଓ ବିଡିଏ ଅଫିସକୁ ନଆସିବା ପାଇଁ ଲୋକଙ୍କୁ ରହିଛି ନିର୍ଦ୍ଦେଶ । ଏହାସହ ବିଏମସି କମିଶନର କହିଛନ୍ତି, ଭୁବନେଶ୍ୱର ସମ୍ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ୧୫୦ରୁ ୨୫୦କୁ ବୃଦ୍ଧି କରାଯାଇଛି ।

Leave A Reply

Your email address will not be published.