Latest Odisha News

BREAKING NEWS

ନିଅଁ ଖୋଳିବା ବେଳେ ବାହାରିଲା ନାଗ ସାପ ଅଣ୍ଡା, ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ୍ 

ଭୁବନେଶ୍ବର: ଘର କାମ ପାଇଁ ନିଅଁ ଖୋଳିବା ବେଳେ ବାହାରିଲା ନାଗ ସାପ ଅଣ୍ଡା । ଭୁବନେଶ୍ୱର ଉପକଣ୍ଠରେ ସୁନ୍ଦରପଦା ଏବରଙ୍ଗ ଅଞ୍ଚଳରେ ଆରାଧନା ନଗରରେ ଗୋଟିଏ ଖାଲି ପଡିଥିବା ପ୍ଲଟରେ ଘର କାମ ଚାଲିଥିଲା । ନିଅଁ ଖୋଳିବା ବେଳେ ମିସ୍ତ୍ରୀ ଓ ମୂଲିଆ ମାନେ ପ୍ରଥମେ ନାଗ ସାପ ଦେଖି ଭୟଭୀତ ହୋଇ କାମ ବନ୍ଦ କରିଦେଲେ । ସାପଟି ପଳେଇବା ପରେ ସେଠାରେ କିଛି ସାପ ଅଣ୍ଡା ଦେଖିବାକୁ ପାଇଥିଲେ ।

ଆଜି ସକାଳୁ ପଡୋଶୀ ପ୍ଲଟ୍ ରେ ରହୁଥିବା ଚାଟାର୍ଡ ଆକାଉଣ୍ଟାଣ୍ଟ ରମେଶ ଚନ୍ଦ୍ର ମହାପାତ୍ର ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଓ ସଦସ୍ୟ ହେମନ୍ତ ବେହେରା ଘଟଣାସ୍ଥଳରେ ପହଞ୍ଚି ଅଣ୍ଡା ଗୁଡିକୁ ଉଦ୍ଧାର କରିଥିଲେ ।

ତେବେ ରାତି ଭିତରେ ଅଣ୍ଡା ଗୁଡିକରୁ ଅଧିକାଂଶ ପିମ୍ପୁଡି ଖାଇଦେଇଥିଲେ । ଏହି ବିଷୟରେ ମଞ୍ଚେଶ୍ୱର ରେଞ୍ଜ ଅଫିସରଙ୍କୁ ଅବଗତ କରେଇବା ପରେ ଅଣ୍ଡାଗୁଡିକୁ କୃତ୍ରିମ ଉପାୟରେ ଫୁଟେଇବା ପାଇଁ ସ୍ନେକ ହେଲ୍ପଲାଇନ କାର୍ଯ୍ୟାଳୟକୁ ନିଆଯାଇଥିଲା ।

ଅଧାରୁ ଅଧିକ ଅଣ୍ଡାକୁ ପିମ୍ପୁଡି ଖାଇ କଣା କରି ଦେଇଥିବାରୁ ଆଉ ଫୁଟିବ ନାହିଁ ବୋଲି ସ୍ନେକ ହେଲ୍ପଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି । ଆଉ ଯାହା ଅଣ୍ଡା ଯଦି ଫୁଟିବ, ଆମେ ସେତକ ଛୁଆଙ୍କୁ ବନ ରେଞ୍ଜ ଅଫିସରଙ୍କୁ ହସ୍ତାନ୍ତର କରିଦେବୁ ବୋଲି କହିଛନ୍ତି ।

ନାଗ ସାପଙ୍କର ପ୍ରଜନନ ଋତୁ ମାର୍ଚ୍ଚରୁ ମେ ମାସ ଯାଏଁ ଅଣ୍ଡା ଦେଇଥାନ୍ତି । ଏଣୁ ଲୋକମାନେ ନିଜ ବାଡି ବଗିଚାକୁ ସଫା ରଖନ୍ତୁ । ଫଳରେ ଯଦି କେଉଁ ବି ସାପ ଅଣ୍ଡା ଦେଉଥିବ ତେବେ ଜଣାପଡିଯିବ ।

Leave A Reply

Your email address will not be published.