Latest Odisha News

BREAKING NEWS

ଉତ୍ତରାଖଣ୍ଡରେ ୧୬ ଯାଏ ନିର୍ବାଚନୀ ରାଲି ମନା, ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ନିର୍ବାଚନୀ ରାଲି ଉପରେ ଲାଗିଲା ରୋକ । ଆସନ୍ତା ୧୬ ତାରିଖ ଯାଏ ରାଜ୍ୟରେ ନିର୍ବାଚନୀ ରାଲି ଓ ବିରୋଧ ପ୍ରଦର୍ଶନ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶନାମା ଜାରି ହୋଇଛି । ଚଳିତବର୍ଷ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବ । ଏଥିରପାଇଁ ପ୍ରଚାର ଜୋରସୋର ଚାଲିଥିଲା ।

୫ଟି ରାଜ୍ୟରେ ଚଳିଚବର୍ଷ ବିଧାନସଭା ନିର୍ବାଚନ ହେବ । ଏଥିରୁ ପ୍ରଥମ ରାଜ୍ୟ ଭାବରେ ଉତ୍ତରାଖଣ୍ଡ ନିର୍ବାଚନୀ ରାଲି ଉପରେ ରୋକ ଲଗାଇଛି । ଗତକାଲି ରାଜ୍ୟରୁ ୬୩୦ କରୋନା ପଜିଟିଭ୍ ବାହାରିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସେହିପରି ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବି ବନ୍ଦ ରହିବ ।

ରାତି ୧୦ଟାରୁ ସକାଳ ୬ଟା ଯାଏ ଉତ୍ତରାଖଣ୍ଡରେ ନାଇଟକର୍ଫ୍ୟୁ ଲାଗିବ । ସଂକ୍ରମଣ ବଢୁଥିବାରୁ କଂଗ୍ରେସ ଉତ୍ତରାଖଣ୍ଡ, ଗୋଆ, ଉତ୍ତରପ୍ରଦେଶ, ମଣିପୁରରେ ବଡ଼ ବଡ଼ ରାଲି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଆଗକୁ ଅନ୍ୟ ରାଜ୍ୟରେ ବି ନିର୍ବାଚନୀ ରାଲି ଉପରେ ଲାଗିପାରେ କଟକଣା ।

Leave A Reply

Your email address will not be published.